ଦେଶରେ ଦିନକରେ ୪୩ ହଜାର ୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୭୧  ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୯୫୫ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩ କୁ ବୃଦ୍ଧି ପାଇଛି । ସେହିପରି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪,୦୨,୦୦୫ କୁ ପହଞ୍ଚିଛି ।

ଲଗାତର ୫୨ ଦିନ ପାଇଁ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥତା ହାର ଅଧିକା ରହିଛି। ୨୪ ଘଣ୍ଟାରେ ୫୨ ହଜାର ୨୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୨,୯୬,୫୮,୦୭୮ କୁ ବୃଦ୍ଧି ପାଇଛି।  ଦେଶରେ କରୋନାରୁ ସୁସ୍ଥତା ହାର ଏବେ ୯୭.୯ ପ୍ରତିଶତରେ ପହଁଚିଛି।

ସେହିପରି ସାପ୍ତାହିକ ସଂକ୍ରମଣ ହାର ବର୍ତ୍ତମାନ ୨.୪୪ ପ୍ରତିଶତ ଥିବା ବେଳେ ଦୈନିକ ସଂକ୍ରମଣ ହାର ୨.୩୪ ପ୍ରତିଶତ ରହିଛି। ଲଗାତର ୨୭ ଦିନ ପାଇଁ ୫ ପ୍ରତିଶତ ତଳେ ରହିଛି ଦୈନିକ ସଂକ୍ରମଣ ହାର।  ଦେଶରେ ବର୍ତ୍ତମାନ ୪ ଲକ୍ଷ ୮୫ ହଜାର ୩୫୦ ସକ୍ରିୟ ମାମଲା ରହିଛି । ଯାହା ମୋଟ ସଂକ୍ରମଣ ମାମଲାର ୧.୫୯ ପ୍ରତିଶତ।

Leave A Reply

Your email address will not be published.

ବ୍ରେକିଂ