ଦେଶରେ ଦିନକରେ ୯୧,୭୦୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ କରୋନା  ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଉପରେ ବ୍ରେକ ଲାଗୁନି। ନିକଟରେ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ତଳକୁ ଖସିଥିଲା ହେଲେ ଏବେ ଏହା ପୁଣିଥରେ ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ଉପରେ ରହିଛି  ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଜାରି ରିପୋର୍ଟ ଅନୁଯାୟୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୯୧,୭୦୨  ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ସଂକ୍ରମଣ  ୨,୯୨,୭୪,୮୨୩  କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୪୦୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୩,୬୩,୦୭୯ କୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୭,୯୦,୦୭୩ରେ ପହଞ୍ଚିଛି। ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୧୧,୨୧,୬୭୧ ରହିଛି।

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୬୦,୮୫,୬୪୯ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ