ଦେଶରେ ୧ ଲକ୍ଷରୁ କମ ସଂକ୍ରମିତ ଚିହ୍ନଟ, ସର୍ବକାଳୀନ ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଦୁର୍ବଳ ହେଉଛି । ଆଜି ବି ଦେଶରେ କରୋନା ସଂକ୍ରମଣ ଏକ ଲକ୍ଷରୁ କମ୍ ପଞ୍ଜିକୃତ ହୋଇଛି। ହେଲେ ମୃତ୍ୟୁ ହାର ସମସ୍ତ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬୦୦୦ ଟପିଯାଇଛି । ବିହାର ରାଜ୍ୟ ମୃତ୍ୟୁସଂଖ୍ୟା ସଂଶୋଧନ କରିବାରୁ ଆଜି ଦୈନିକ ମୃତ୍ୟୁସଂଖ୍ୟା ସର୍ବାଧିକ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଜାରି ରିପୋର୍ଟ ଅନୁଯାୟୀ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪,୦୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ସଂକ୍ରମଣ  ୨,୯୧,୮୩,୧୨୧ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୩,୫୯,୬୭୬ କୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୭୬,୫୫,୪୯୩ ରେ ପହଞ୍ଚିଛି। ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୧୧,୬୭,୯୫୨ ରହିଛି।

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୨୭,୨୬,୬୯୩ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ