ବାଂଲାଦେଶକୁ ୨୦୦ ଟନ ଅକ୍ସିଜେନ୍ ଭାରତ ପଠାଇଲା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବାଂଲାଦେଶକୁ କୋଭିଡ୍‌ ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଭାରତ । ଅକ୍ସିଜେନ୍ ଏକ୍ସପ୍ରେସ୍‌ ଦ୍ୱାରା ବାଂଲାଦେଶକୁ ୨୦୦ ଟନ୍‌ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଭାରତ ।

ସୂଚନା ଅନୁସାରେ, ଝାଡ଼ଖଣ୍ଡର ଟାଟାନଗରରୁ ୨୦୦ ଟନ୍‌ ଲିକୁଇଡ ମେଡିକାଲ ଅକ୍ସିଜେନ୍ ପ୍ରଥମ ଥର ବାଂଲାଦେଶକୁ ପଠାଯାଇଛି। ଆସନ୍ତାକାଲି ଏହା ବେନାପୋଲରେ ପହଞ୍ଚିବ । ଏନେଇ ରେଳବାଇ ପକ୍ଷରୁ ଦିଆଯାଇଛି ।

କରୋନା ମହାମାରୀ ସମୟରେ ଏପ୍ରିଲ ୨୪ ତାରିଖରେ ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ହେଲେ ଭାରତୀୟ ରେଳବାଇ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଆରମ୍ଭ କରିଥିଲା। ୨୦୨୧ରେ ଏହି ଅଭଇିଯାନ ଆରମ୍ବ ହେବା ପରେ ଏପର୍ଯ୍ୟନ୍ତ ୪୮୦ ଅକ୍ସିଜେନ୍‌ ଟ୍ରେନ୍ ପରିଚଳାନ କରାଯାଇଛି। ଦେଶରେ ବିଭିନ୍ନ ପ୍ରାନ୍ତରରେ ଏହି ଟ୍ରେନ୍‌ ପ୍ରାୟ ୩୮,୮୪୧ ଟନ୍‌ ଅକ୍ସିଜେନ୍ ପହଞ୍ଚାଇଛି।

Leave A Reply

Your email address will not be published.

ବ୍ରେକିଂ