ଜାନୁଆରୀ ୮ରୁ ପୁଣି ବ୍ରିଟେନକୁ ଉଡିବ ବିମାନ

ନୂଆଦିଲ୍ଲୀ: ଜାନୁଆରୀ ୮ରୁ ବ୍ରିଟେନ ଓ ଭାରତ ମଧ୍ୟରେ ସ୍ୱାଭାବିକ ହେବ ବିମାନ ଚଳାଚଳ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ।

ଜାନୁଆରି ୨୩ ତାରିଖ ଯାଏ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ ଚଳାଇପାରିବେ । ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ ଓ ହ୍ରାଇଦ୍ରାବାଦରୁ ଏହି ବିମାନ ସବୁ ଚଳାଚଳ କରିପାରିବ ବୋଲି ହରଦୀପ ପୁରୀ କହିଛନ୍ତି । ଖୁବ ଶୀଘ୍ର ଡିସିଜିଆଇ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

 

କରୋନାର ନୂଆ ପ୍ରକାର ଭୂତାଣୁ ଷ୍ଟ୍ରେନ୍ ବ୍ରିଟେନରୁ ଚିହ୍ନଟ ହେବା ପରେ ଗତ ଡିସେମ୍ବର ୨୩ରେ ଭାରତ ସରକାର ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ । ଡିସେମ୍ବର ୩୧ ତାରିଖ ଯାଏ ବ୍ରିଟେନକୁ ବିମାନ ଚଳାଚଳକୁ ବନ୍ଦ ରଖା ଯାଇଥିଲା । ପରେ ଜାନୁଆରୀ ୭ ତାରିଖ ଯାଏ ଏହି କଟକଣାକୁ ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ