ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୧୧୨ରେ ଇଂଲଣ୍ଡ ଅଲଆଉଟ୍

ଅହମଦାବାଦ: ୧୧୨ରେ ଅଟକିଲା ଇଂଲଣ୍ଡ ଟିମ୍ ।  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ସ୍ପିନ୍ ଜାଲରେ ଫସି ବିଶାଳ ସ୍କୋର କରିବାରେ ବିଫଳ ହୋଇଛି ।

ଏହି ଦିବାରାତ୍ର ମ୍ୟାଚ୍‌ରେ ପେସ୍‌ ବୋଲର ଇଶାନ୍ତ ଶର୍ମା ତୃତୀୟ ଓଭରରେ  ଇଂଲଣ୍ଡକୁ ପ୍ରଥମ ଝଟ୍କା ଦେଇଥିଲେ । ତେବେ  ଇଂଲଣ୍ଡର ଓପ୍ନର୍ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରଲୀଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଭାରତୀୟ ସ୍ପିନ୍ ଆଟାକ୍‌କୁ ସାମ୍ନା କରିପାରିନଥିଲେ ।

କ୍ରଲୀ ୮୪ ବଲରେ ୧୦ ଚୌକା ସହ ସର୍ବାଧିକ ୫୩ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡମ୍ ସିବଲେ ଓ ଜନ୍ନି ବେୟାରଷ୍ଟୋ ଖାତା ଖୋଲିପାରିନଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୭, ବେନ୍ ଷ୍ଟୋକ୍ସ ୬, ଓଲି ପୋପ୍ ୧, ବେନ ଫୋକ୍ସ ୧୨, ଜୋଫ୍ରା ଆର୍ଚର୍ ୧୧, ଜ୍ୟାକ୍ ଲିଚ୍ ୩, ଷ୍ଟୁଆର୍ଟ ବ୍ରଡ୍ ୩ ରନ୍ କରିଥିଲେ ।

ଭାରତ ପକ୍ଷରୁ ଅକ୍ଷର ପଟେଲ ୩୮ ରନ୍‌ ଦେଇ ୬ଟି ଏବଂ  ଅଶ୍ୱିନ୍‌ ୨୬ ରନ୍‌ ଦେଇ ୩ଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି । ସେହିପରି ଇଶାନ୍ତ ଶର୍ମା ୨୬ ରନ୍ ଦେଇ ଗୋଟିଏ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ