ଆଜିଠାରୁ ପଞ୍ଚମ ଟେଷ୍ଟ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଆଜିଠାରୁ ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଛି।  ସିରିଜ ଜିତିବାକୁ ହେଲେ ଭାରତକୁ ଅତି କମରେ ମ୍ୟାଚ ଡ୍ର କରିବାକୁ ପଡ଼ିବ। ତେବେ ଦଳ ବିଜୟୀ ହେଲେ ୩-୧ରେ ସିରିଜ କବଜା କରିବ।
ଚୂଡ଼ାନ୍ତ ଟେଷ୍ଟ ଲାଗି ଭ୍ରମଣକାରୀ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ। ମ୍ୟାଚ ଫିଟ ନଥିବା ରୋହିତ ଶର୍ମାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ଆଉଟ ଅଫ ଫର୍ମ ଅଜିଙ୍କ୍ୟ ରାହାନେଙ୍କୁ ବାଦ ଦିଆଯାଇ ତାଙ୍କ ବଦଳରେ ହନୁମା ବିହାରୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରୁଛି।

ସେହିପରି ଇଞ୍ଜୁରୀ ଲାଗି ରବୀନ୍ଦ୍ର ଜାଡେଜାଙ୍କ ଖେଳିବା ନେଇ ଅନିଶ୍ଚୟତା ଦେଖାଦେଇଛି।  ଯଦି ସେ ବାଦ ପଡ଼ନ୍ତି ତେବେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଯିବ। ତେବେ କ୍ରମାଗତ ଭାବେ କ୍ରିକେଟ ଖେଳୁଥିବା ପ୍ରିମିୟର ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ଯଦି ଏହା ସତ ହୁଏ ତେବେ ରବିଚନ୍ଦ୍ରନ ଅଶ୍ବିନଙ୍କ ପାଳି ପଡ଼ିବ। ମହମ୍ମଦ ସିରାଜଙ୍କୁ ବାହାରେ ବସାଯାଇ ତାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ଓଭାଲ ଟେଷ୍ଟରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ସାର୍ଦ୍ଦୁଳ ଠାକୁର ଏବଂ ଫାଷ୍ଟ ବୋଲର ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ଘରୋଇ ଇଂଲଣ୍ଡ ଲାଗି ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ସିରିଜ ବରାବର କରିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ ନିଶ୍ଚିତ ଭାବେ ଜିତିବାକୁ ପଡ଼ିବ।   ଆଉ ଦଳ ପରାସ୍ତ ହେଲେ ସିରିଜ ସହ ସମ୍ମାନ ହରାଇବ। ଉପ-ଅଧିନାୟକ ଜୋସ ବଟଲରଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଉତ୍ସାହିତ କରିଥିବା ବେଳେ ଜନି ବେୟାରଷ୍ଟୋ ବାଦ ପଡ଼ିବେ। ଦ୍ବିତୀୟ ସନ୍ତାନ ଜନ୍ମ ଲାଗି ବଟଲର ଚତୁର୍ଥ ଟେଷ୍ଟ ମିସ କରିଥିଲେ। ତାଙ୍କ ଅନୁପସ୍ଥିତିରେ ବେୟାରଷ୍ଟୋ ୱିକେଟ କିପିଙ୍ଗ କରିଥିଲେ।

ମାଞ୍ଚେଷ୍ଟରରେ ଶୁକ୍ରବାରଠୁ ଖେଳାଯିବ ଇଂଲଣ୍ଡ-ଭାରତ ପଞ୍ଚମ ଟେଷ୍ଟ ମ୍ୟାଚ୍ ଚିକିତ୍ସକ ଯୋଗେଶ ପରମାର ପଜିଟିଭ୍‌ ଚିହ୍ନଟ ପରେ ଖେଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହାପରେ ଇଂଲଣ୍ଡ ଗସ୍ତରେ ଥିବା ସମସ୍ତ ଭାରତୀୟ ଖେଳାଳିଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ଧାର୍ଯ୍ୟ ସମୟରେ ମ୍ୟାଚ ଖେଳାଯିବ।

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ