ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ : ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ । ପ୍ରଥେମ ବ୍ୟାଟିଂ କରିବ ଭାରତ। କିଛି ସମୟ ମଧ୍ୟରେ ଆରମ୍ଭ ହେବ ଗ୍ରାଣ୍ଡ୍ ଫାଇନାଲ ।
ସୂଚନାଯୋଗ୍ୟ, ମୁକାବିଲାର ପ୍ରଥମ ଦିନ ବର୍ଷା ଧୋଇନେଇଥିଲା । ସାଉଥଆମ୍ପଟନରେ ଏଭଳି ବର୍ଷା ହୋଇଥିଲା ଯେ, ଟସ୍‌ ପକାଇବା ମଧ୍ୟ ସମ୍ଭବପର ହୋଇନଥିଲା । କିନ୍ତୁ କ୍ରିକେଟ ପ୍ରଶଂସକଙ୍କ ପାଇଁ ଦ୍ୱିତୀୟ ଦିନ ଖେଳକୁ ନେଇ ଖୁସି ଖବର ରହିଛି । ବର୍ତ୍ତମାନ ସାଉଥଆମ୍ପଟନରେ ବର୍ଷା ବନ୍ଦ ହୋଇଯାଇଛି ଏବଂ ପାଗ ମଧ୍ୟ ସୁଖିଲା ହୋଇଯାଇଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ବ୍ୟାଟିଂ କରିବ ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ।

ନ୍ୟୁଜିଲାଣ୍ଡର ଚୂଡାନ୍ତ ଏକାଦଶ : ଟମ୍‌ ଲାଥାମ୍, କେନ ଓ୍ବିଲିୟମସନ, ରସ୍‌ ଟେଲର, ହେନେରୀ ନିକୋଲସ, ବି.ଜେ ଓ୍ବାଟଲିଙ୍ଗ୍, କୋଲିନ ଡି ଗ୍ରାଣ୍ଡହୋମ, କେ ଜେମିସନ, ଟିମ୍‌ ସାଉଦି, ଏନ୍ ଓ୍ବାଗନର ଏବଂ ଟ୍ରେଣ୍ଟ ବୋଲ୍ଟ

ଭାରତର ଚୂଡାନ୍ତ ଏକାଦଶ : ରୋହିତ ଶର୍ମା, ଶୁଭମାନ ଗିଲ, ବିରାଟ କୋହଲି, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଜଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମୀ

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ