ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୧୦ ୱିକେଟରେ ଭାରତର ବଡ ବିଜୟ

ଅହମ୍ମଦାବାଦ: ୧୦ ୱିକେଟରେ ଭାରତର ବଡ ବିଜୟ । ଆହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିଅମରେ ଚାଲୁଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବଡ ବିଜୟ ହାସଲ କରିଛି । ପାଞ୍ଚ ଦିନିକିଆ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନରେ ଇଂଲଣ୍ଡକୁ ୧୦ ୱିକେଟରେ ଭାରତ ପରାସ୍ତ କରିଛି ।

ଏହି ମ୍ୟାଚରେ ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ ୪୯ ରନର ବିଜୟ ଲକ୍ଷକୁ ମାତ୍ର ୭.୪ ଓଭରରେ ହାସଲ କରିଛି । ଭରତ ପକ୍ଷରୁ ଓପନର ରୋହିତ୍ ଶର୍ମା ୨୫ ଓ ଶୁବମନ୍ ଗିଲ୍ ୧୫ ରନରେ ଅପରାଜିତ ରହି ଦଳକୁ ବଜୟର ସ୍ୱାଦ ଚଖାଇଛନ୍ତି । ଏହି ବିଜୟ ସହ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ପ୍ରଥମ ପାଳିରେ ଭାରତର ସ୍ପିନ ବୋଲିଙ୍ଗ ଆଗରେ ଇଂଲଣ୍ଡ ବ୍ୟାଟ୍ସମାନମାନେ ଅଧିକ ସମୟ ତିଷ୍ଟି ପାରିନଥିଲେ । ପ୍ରଥମ ପାଳିରେ ବଡ ସ୍କୋର କରିବା ଲକ୍ଷ ନେଇ ବ୍ୟାଟିଙ୍ଗ କରିବାକୁ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ମାତ୍ର ୧୧୨ ରନରେ ଅଲଆଉଟ ହୋଇଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ଏକମାତ୍ର ବ୍ୟାଟ୍ସମାନ ଓପନର୍ ଜାକ୍ କ୍ରଲି ୫୩ କରିଥିଲେ । ସେହିପରି ଅଧିନାୟ କ ଜୋ ରୁଟ୍‌, ୱିକେଟ୍ କିପର୍ ଫୋକସ୍‌ , ଅଲରାଉଣ୍ଡର ଜୋଫ୍ରା ଆର୍ଚରଙ୍କ ବ୍ୟତିତ ଆଉ କେହିବି ଦୁଇଅଙ୍କ ଛୁଇଁପାରିନଥିଲେ । ଭାରତ ପକ୍ଷରୁ ଅକ୍ଷର ୬, ଅଷ୍ୱିନ୍‌ ୩ ଓ ଇଶାନ୍ତ ଗୋଟିଏ ଲେଖାଏଁ  ୱିକେଟ ଅକ୍ତିଆର କରିଥିଲେ ।

 

ସେହିପରି ପ୍ରଥମ ପାଳିରେ ବ୍ୟାଟିଙ୍ଗ କରିବାକୁ ଆସିଥିବା ଭାରତ ମଧ୍ୟ ୧୪୫ରେ ଅଲଆଉଟ୍ ହୋଇଥିଲା । ଓପନର୍ ରୋହିତ ଶର୍ମା ୬୬ ରନ୍ କରିଥିଲେ । ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ୍ ବଡ ସ୍କୋର୍ କରିବାରେ ବିଫଳ ହୋଇଥିଲେ । ଇଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ୍ ୫, ଜ୍ୟାକ୍ ଲିଚ୍ ୫ ଓ ଜୋପ୍ରା ଆର୍ଚର୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହାପରେ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନ କରି ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇଥିଲା । ଭାରତ ପକ୍ଷରୁ ଅକ୍ଷର ୫ ,ଅଶ୍ୱିନ ୪, ୱାସିଂଟନ୍ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଫଳରେ ବିଜୟ ଲାଗି ଦ୍ୱିତୀୟ ପାଳିରେ ଭାରତକୁ ମାତ୍ର ୪୯ ରନ ଆବଶ୍ୟକ କରୁଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ୍ ଗିଲ ଅପରାଜିତ ରହି ଭାରତକୁ ବିଜୟ ମୁକୁଟ ପିନ୍ଧାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ