ICC ମହିଳା ODI ରାଙ୍କିଙ୍ଗ: ଶୀର୍ଷ ସ୍ଥାନରେ ମିତାଲି ରାଜ୍‌

ଦୁବାଇ:  ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ରାଜ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମିତାଲି ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ୍‌ର ତିନଟି ଯାକ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସେ ଇଣ୍ଟରନାଶାନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ଜାରି କରିଥିବା ତାଜା ମାନ୍ୟତା ଲିଷ୍ଟ୍‌ ରେ ପୁଣିଥରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ।

ମିତାଲୀ ଶେଷଥର ଲାଗି ୨୦୧୮ରେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ମିତାଲିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ଟପ୍-୧୦ରେ ଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ଗୋଟିଏ ସ୍ଥାନ ତଳକୁ ଖସି ଏବେ ସପ୍ତମ ସ୍ଥାନରେ ଅଛନ୍ତି ।

ସେହିପରି ଶେଫାଲୀ ବର୍ମା ୪୯ତମ ସ୍ଥାନରୁ ୭୧ ତମ ସ୍ଥାନରେ ପହଞ୍ଚିଛନ୍ତି ଏବଂ ଭେଟେରାନ ପେସର ଝୁଲଣ ଗୋସ୍ୱାମୀ ଚାରିଟି ସ୍ଥାନକୁ ଉନ୍ନିତ ହୋଇ ୫୩ ତମ ସ୍ଥାନରେ ରହିଛନ୍ତି। ବୋଲରଙ୍କ ତାଲିକାରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

 

 

Leave A Reply

Your email address will not be published.

ବ୍ରେକିଂ