ମୁମ୍ବାଇ: ଇଣ୍ଡିଆନ ଆଇଡଲ ୧୨ ର ପ୍ରତିଯୋଗୀ ତଥା ଲୋକପ୍ରିୟ ଗାୟକ ପୱନଦୀପ ରଜାନ କରୋନା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ମୁମ୍ବାଇର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରହିଛନ୍ତି ।
ଏହା ସହିତ ପ୍ରସାରଣ ହେବାକୁ ଥିବା ଆଗାମୀ ଏପିସୋଡରେ ପୱନଦୀପ ଉକ୍ତ ହୋଟେଲ ରୁମ୍ରୁ ହିଁ ସଙ୍ଗୀତ ପରିବେଷଣ କରିବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ।
ଉତ୍ତରାଖଣ୍ଡର ଚମ୍ପାବତ୍ ଜିଲ୍ଲାର ବାସିନ୍ଦା ପଓ୍ବନଦୀପ ରାଜନ ଇଣ୍ଡିଆନ ଆଇଡଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇଯାଇଛନ୍ତି । ଚମତ୍କାର ସଙ୍ଗୀତ ପରିବେଷଣ କରି ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି ସେ । ଏହା ସହିତ ଶ୍ରେଷ୍ଠ ୯ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ୨୦୧୫ ମସିହାରେ ସେ ‘The Voice India’ ଟାଇଟଲ ମଧ୍ୟ ଜିତିସାରିଛନ୍ତି ।