ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ

ଟୋକିଓ : ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ ଭାରତୀୟ ଟିମ୍ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।

ଭାରତ ପକ୍ଷରୁ ଗୁରଜନ୍ତ ସିଂ ୨ଟି, ହରମନପ୍ରୀତ ସିଂ, ସମଶେର ସିଂ, ନୀଳକାନ୍ତ ଶର୍ମା ଗୋଲ ଦେଇଥିଲେ । ଜାପାନ ପକ୍ଷରୁ କେଂଟା ଟାନାକା ୨ଟି ଓ କୋଟା ୱାଟାନାବେ ଗୋଟିଏ ଗୋଲ ସ୍କୋର କରିଥିଲେ । ଏବେ ଭାରତ ପୁଲ ମ୍ୟାଚର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.

ବ୍ରେକିଂ