ଅଲମ୍ପିକରେ ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କ ପାଇଁ ଅର୍ଥରାଶି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଖେଳାଳିଙ୍କୁ ପଦକ ଜିତାଇଥିବା କୋଚଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରିବ ଭାରତୀୟ ଅଲମ୍ପିକ ସଂଘ (IOA) । ଯେଉଁ କୋଚମାନେ ଚଳିତ ଟୋକିଓ ଅଲମ୍ପିକ୍ସ ଖେଳାଳିଙ୍କ ସହ ରହି ସେମାନଙ୍କୁ ଟ୍ରେନିଂ ଦେଉଛନ୍ତି ତାଙ୍କୁ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ ।

ଯେଉଁ କୋଚମାନେ ଆଥଲେଟଙ୍କୁ ସ୍ବର୍ଣ୍ଣ ପଦକ ଜିତିବାରେ ସାହାଯ୍ୟ କରିବେ, ସେମାନଙ୍କୁ ୧୨.୫ ଲକ୍ଷ ଟଙ୍କା ପୁରସ୍କାର, ରୌପ୍ୟ ଜିତିବାରେ ସାହାଯ୍ୟ କରିଥିବା କୋଚଙ୍କୁ ୧୦ ଲକ୍ଷ ଓ କାଂଶ୍ୟ ପଦକ ଜିତିବାରେ ସାହାଯ୍ୟ କରିଥିବା କୋଚଙ୍କୁ ୭.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି IOA ।

ଯେଉଁ କୋଚ ମାନେ ଏଠାରେ ରହି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସେମାନଙ୍କୁ ଅର୍ଥରାଶି ପୁରସ୍କାର ଦିଆଯିବ, ଯାହାଦ୍ବାରା ତାଙ୍କ ମନୋବଳ ଆହୁରି ବଢ଼ିବ । ମୀରାବାଇଙ୍କ କୋଚ ବିଜୟ ଶର୍ମାଙ୍କୁ ୧୦ ଲକ୍ଷ ଦିଆଯିବ ବୋଲି କହିଛନ୍ତି IOA ସେକ୍ରେଟାରୀ ଜେନେରାଲ ରାଜୀବ ମେହତା । ଭାରତର ପଦକ ତାଲିକାକୁ ପ୍ରଥମ ଦିନ ହିଁ ଶୂନରୁ ୧ କରିଛନ୍ତି ମୀରାବାଇ ଚାନୁ । ୪୯ କିଗ୍ରା ମହିଳା ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଇ । ପ୍ରତିଯୋଗିତାରେ ଚାନୁ ୪ ଥରରେ ମୋଟ ୨୦୨ କିଗ୍ରା ଭାର ଉତ୍ତୋଳନ କରିଥିଲେ । ଚୀନର ଝିହୁଇ ହୋଉ ୨୧୦ କିଗ୍ରା ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାତେଇଥିବାବେଳେ ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଐଶା ୧୯୪ କିଗ୍ରା ଉତ୍ତୋଳନ କରି କାଂଶ୍ୟ ଜିତିଛନ୍ତି ।

ମୀରାବାଇଙ୍କ କୋଚ ବିଜୟ ଶର୍ମା ଶନିବାର କହିଛନ୍ତି ଯେ, ‘‘ରିଓ ଅଲମ୍ପିକର ପରାଜୟ ଆଜି ଆମକୁ ଏଠାରେ ଆଣି ପହଞ୍ଚାଇଛି । କୋଚଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଯଦି ଖେଳାଳି ଅନୁଶାସିତ ନଥାଏ ତେବେ କୋଚ ମଧ୍ୟ କିଛି କରିପାରିବ ନାହିଁ । ମୁଁ କହିବି ଯେ ଏହି ବିଜୟରେ ମୀରାବାଇଙ୍କ ଭୂମିକା ହିଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ସେ ଖୁବ ପରିଶ୍ରମୀ ଯାହା ଫଳରେ ସେ ଏହି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ଆମେ ଆହୁରି ଭଲ କରିପାରିଥାନ୍ତୁ, କିନ୍ତୁ ଆମେ ରୌପ୍ୟ ପଦକରେ ବି ଖୁବ୍‌ ଖୁସି । ମୀରାବାଇ ମତେ କହିଲେ ଯେ ଆମର ଅଲମ୍ପିକ ପଦକ ଜିତିବାର ସ୍ବପ୍ନ ସାକାର ହୋଇଛି ବୋଲି ଶର୍ମା କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ