ନିଖୋଜ ହେଲା ଇଣ୍ଡୋନେସିଆ ବିମାନ

ଜାକର୍ତ୍ତା : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡାଣ ଭରିବା ପରେ ଏକ ବିମାନ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ନିଖୋଜ ବିମାନଟି ବୋଇଂ ୭୩୭-୫୦୦ ଶ୍ରେଣୀର । ଯାହାକି ଶନିବାର ସନ୍ଧ୍ୟାରେ ଜାକର୍ତ୍ତାର ସୋକାର୍ନା-ହଟ୍ଟା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ ବିମାନଟି ଉଡ଼ାଣ ଭରିବାର ୪ ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା । ରାଡାରରେ ବିମାନଟି ମାତ୍ର ଗୋଟିଏ ମିନିଟ୍ ସମୟ ମଧ୍ୟରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସୁଥିବା ଟ୍ରାକ କରାଯାଇଥିଲା । ଯାହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି । କୌଣସି ବିମାନ ଏତେ ଦ୍ରୁତଗତିରେ ତଳକୁ ଖସିଲେ କ୍ରାଶ୍ ହେବାର ସମ୍ଭାବନା ରହିଥାଏ । ବିମାନର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଲାଗି ଇଣ୍ଡୋନେସିଆ ସରକାର ପଦକ୍ଷେପ ନେଇଛନ୍ତି ।

ଶ୍ରୀବିଜୟ ଏୟାରର ବିମାନ ସଂଖ୍ୟା (SJ182)ରେ ପ୍ରାୟ ୬୦ ଯାତ୍ରୀ ଥିଲେ । ଏହି ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିମାନ ବାବଦରେ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.

ବ୍ରେକିଂ