ଶିଳ୍ପପତି ମହିମା ମିଶ୍ରଙ୍କ ସ୍ତ୍ରୀ ମିନତୀ ମିଶ୍ରଙ୍କ ପରଲୋକ

କଟକ: ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପତ୍ନୀ ମୀନତି ମିଶ୍ରଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ସ୍ଥାନୀୟ ଓଡିଆବଜାରସ୍ଥିତ ବାସଭବନରେ ସକାଳ ୮ଟା୩୦ ମିନିଟରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା ।

ତାଙ୍କ ଶେଷଶଯ୍ୟା ନିକଟରେ ସ୍ୱାମୀ ମହିମାନନ୍ଦ, ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ, ଦୁଇ ବୋହୁ,ଦୁଇ ନାତୁଣୀ ଓ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ। ମୀନତିଙ୍କ ପରଲୋକ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଖବର ପ୍ରଚାରିତ ହେବା କ୍ଷଣି ଶ୍ରୀ ମିଶ୍ରଙ୍କର ପାରିବାରିକ ବନ୍ଧୁ,ବହୁ ବିଶିଷ୍ଟ ବ୍ୟକ୍ତି, ଓଡିଶା ଷ୍ଟିଭେଡର୍ସର ବହୁ ପଦାଧିକାରୀ ଓ କର୍ମଚାରୀ  ଓଡିଆବଜାରସ୍ଥିତ ବାସଭବନରେ ପହଞ୍ଚି ମୀନତିଙ୍କ ଶେଷଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ  କରିଥିଲେ୤ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ବଡପୁଅ ଚନ୍ଦନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ