ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣ ପାଇଁ ନିର୍ଦ୍ଦେଶ: ଏସିଏସ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କରୋନା ଟିକାକରଣ ପାଇଁ ନିର୍ଦ୍ଦେଶ । ଏନେଇ ସବୁ ଜିଲ୍ଲାପାଳଓ ମୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠ ଲେଖିଛନ୍ତି ।

ଟିକାକରଣ ପାଇଁ ଉଦ୍ଧିଷ୍ଟ ଥିବା ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଆବଶ୍ୟକାୟ ସରଞ୍ଜାମ ମହଜୁଦ ଅଛି କି ନାହିଁ ଏଥିପ୍ରତି ଅନୁଧ୍ୟାନ ହେବ । ଆବଶ୍ୟକ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ପର୍ଯ୍ୟବେକ୍ଷକ ଉପରେ ଗୁରତ୍ୱ ଦିଆଯିବ । ଆବଶ୍ୟକ ପ୍ରତୀକ୍ଷା ଗୃହ ଓ ପଯ୍ୟାପ୍ତ ସ୍ଥାନ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଟିକାକରଣ ବେଳେ କୋଭିଡ ଗାଇଡଲାଇନ ଅନୁପାଳନ ପାଇଁ ସବୁ ଜିଲ୍ଲାପାଳଓ ମୁନିସିପାଲଟି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଉଦ୍ଦିଷ୍ଟ ଘରୋଇ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର ଭାବେ ଘୋଷଣା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ