ଆଜି ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର

ଦୁବାଇ:  ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ୩୩ତମ ମ୍ୟାଚ ବୁଧବାର ଖେଳାଯିବ । ଏହି ମ୍ୟାଚଟି ହାଇଦ୍ରାବାଦ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ । ୭ଟି ମ୍ୟାଚ ଖେଳିସାରିଥିବା ହାଇଦ୍ରାବାଦ ମାତ୍ର ଗୋଟିକରେ ବିଜୟୀ ହୋଇଛି । ପଏଣ୍ଟ ତାଲିକାରେ ଶେଷ ସ୍ଥାନରେ ଥିବା ହାଇଦ୍ରାବାଦ ଏହି ମ୍ୟାଚ ଜିତି ଗୋଟିଏ ପାଦ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ।

କେନ ୱିଲିୟମସନଙ୍କ ନେତୃତ୍ବାଧିନ ହାଇଦ୍ରାବାଦ ଦଳରେ ଡେଭିଡ ୱାର୍ଣ୍ଣର , କେଦାର ଯାଦବ, ରସିଦ ଖାନ, ବିଜୟ ଶଙ୍କର,ଟି ନଟରାଜନ ଓ ଖଲିଲ ଅହମ୍ମଦଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି । ତେବେ ଦଳ ଜନି ବେୟାରଷ୍ଟୋଙ୍କୁ ମିସ କରିବ । ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଟାଇଟଲ ଫେଭରିଟ ଭାବେ ବିବେଚନା କରାଯାଉଛି । ରିଷଭ ପନ୍ତଙ୍କ ନେତୃତ୍ବାଧିନ ଦିଲ୍ଲୀର ବ୍ୟାଟିଂ ଓ ବୋଲିଂ ଲାଇନ ବେଶ ଶକ୍ତିଶାଳୀ ରହିଛି । ଇଞ୍ଜୁରୀ ଯୋଗୁ ଆଇପିଏଲର ପ୍ରଥମ ପର୍ଯ୍ୟାୟ ମିସ କରିଥିବା ଶ୍ରେୟାସ ଆୟାର ଦଳକୁ ଫେରିଛନ୍ତି । ତାଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ଦୃଢ କରିବ ।

ପୃଥ୍ବୀ ଶ, ଶିଖର ଧାୱନ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଅଜିଙ୍କ୍ୟ ରାହାନେ ଓ ସିମ୍ରନ ହେଟମାୟର ମ୍ୟାଚ ଜିତାଇବାର ସାମର୍ଥ ରଖିଛନ୍ତି । କାଗିସୋ ରାବାଡା, ଏନରିଚ ନର୍ଜେ , ରବିଚନ୍ଦ୍ରନ ଅଶ୍ବିନ, ଅମିତ ମିଶ୍ରା, ଅକ୍ଷର ପଟେଲ ଓ ଅଭେଶ ଖାନ ବୋଲିଂରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ପାଇଛି । ବୁଧବାର ମ୍ୟାଚରେ ଡିସିର ପଲା ଭାରି ରହିବା ଭଳି ମନେହୁଏ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ