ଏଲିମିନେଟର ମ୍ୟାଚରେ ହାରିବା ପରେ କୋହଲିଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ : ଗତକାଲି ଆଇପିଏଲର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପରାଜୟ ସହିତ ବିରାଟ କୋହଲିଙ୍କୁ ସମାଲୋଚନା କରିବା ମଧ୍ୟ ଆରମ୍ଭ ହୋଇଯାଇଛି। ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ କୋହଲିଙ୍କ ନେତୃତ୍ୱ  ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇପିଏଲ ପରି ଟୁର୍ନାମେଣ୍ଟ ଜିତିବା ପାଇଁ କୋହଲିଙ୍କର ରଣନୀତି ଏବଂ ଚତୁରତାର ଅଭାବ ରହିଛି ବୋଲି ସେ କହିଛନ୍ତି ।

ଏଥି ସହିତ ସେ କହିଛନ୍ତି ଯେ, ଟାଇଟଲ୍ ଜିତିବା, ଉତ୍ସାହ ଏବଂ ଶକ୍ତି ସବୁକିଛି ନୁହେଁ, କିନ୍ତୁ ସମଗ୍ର ମ୍ୟାଚ୍ ସମୟରେ ଦୁଇ ପାଦ ଆଗକୁ ଚିନ୍ତା କରିବାର କ୍ଷମତା ଜଣେ ଅଧିନାୟକଙ୍କ ପାଖରେ ରହିବା ଉଚିତ୍ । ଆଇପିଏଲରେ ସେ ଆରସିବି ଅଧିନାୟକତ୍ୱ କରିବାର ବହୁ ଦିନ ହେଲାଣି। ଆଠ ବର୍ଷ ଧରି ଏକ ଦଳର ଅଧିନାୟକତ୍ୱ କରିବା ଅଳ୍ପ ସମୟ ନୁହେଁ।  ବିରାଟ ଜଣେ ଭଲ ରଣନୀତିଜ୍ଞ ନୁହଁନ୍ତି ବୋଲି ମୁଁ କହୁନାହିଁ ।  କିନ୍ତୁ ଜଣେ ଅଧିନାୟକଙ୍କ ଠାରୁ ଆଶା କରାଯାଉଥିବା ଚତୁରତା ତାଙ୍କ ଭିତରେ ନାହିଁ । ସବୁବେଳେ ଖେଳ ବିଷୟରେ ପ୍ରସ୍ତୁତ ହେବାକୁ ପଡିବ ।

ହଁ, କୋହଲିରେ ଉତ୍ସାହ କିମ୍ବା ଶକ୍ତିର ଅଭାବ ନାହିଁ । କିନ୍ତୁ ଟାଇଟଲ୍ ଜିତିବା ପାଇଁ କେବଳ ସେତିକି ଯଥେଷ୍ଟ ନାହିଁ। ସବୁବେଳେ ମ୍ୟାଚ୍ ସାରା ଆଗକୁ ଚିନ୍ତା କରିବାକୁ ପଡିବ। ଖେଳ ସହ ଆଗକୁ ଯାଇ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତି ପାରିବେ ନାହିଁ। ଦୁନିଆର ଶ୍ରେଷ୍ଠ ଟି -ଟ୍ୱେଣ୍ଟି ଅଧିନାୟକ ତାହା କରନ୍ତି। ବିରାଟ ଦୀର୍ଘ ଦିନ ଧରି ଆରସିବିରେ ରହିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ରହିଛନ୍ତି । କିନ୍ତୁ ରଣନୀତି କିମ୍ବା ଚତୁରତା ଦୃଷ୍ଟିରୁ ସେ ଅନ୍ୟ ଅଧିନାୟକଙ୍କ ତୁଳନାରେ ଦୁର୍ବଳ ଦେଖାଯାଉଛନ୍ତି ।

Leave A Reply

Your email address will not be published.

ବ୍ରେକିଂ