ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଉକ୍ତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ସେପଟେ ଏହି ଆଇପିଏଲରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ସୁପର ଓଭରରେ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଦିଲ୍ଲୀ ୧୫୯ ରନ କରିଥିଲେ ବି ହାଇଦ୍ରାବାଦ ଏହାକୁ ପିଛା କରି ଡ୍ର କରିବାରେ ସଫଳ ହୋଇଥିଲା । ହେଲେ ସୁପର ଓଭରରେ ଦିଲ୍ଲୀ ବିଜୟୀ ହୋଇଥିଲା । ତେଣୁ ଏହି ମ୍ୟାଚରେ ବି କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଚଳିତ ଆଇପିଏଲରେ ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି । ଏହା ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ହାଇଦ୍ରାବାଦ ୭ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର, ଋଦ୍ଧିମାନ ସାହା, ମନିଷ ପାଣ୍ଡେ, କେନ୍ ୱିଲିୟମସନ୍, କେଦାର ଯାଦବ, ଅବଦୁଲ୍ ସାମଦ, ଜେସନ୍ ହୋଲ୍ଡର, ରାଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଖଲୀଲ ଅହମ୍ମଦ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧୱନ୍, ଶ୍ରେୟର୍ ଆୟର୍, ଋଷଭ ପନ୍ତ (କ୍ୟାପଟେନ୍), ମାର୍କସ୍ ଷ୍ଟୋଇନିସ୍, ଶିମରନ୍ ହେଟମେୟର, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଆନରିଚ୍ ନୋର୍ଜେ, ଆଭେଶ ଖାନ୍।

Leave A Reply

Your email address will not be published.

ବ୍ରେକିଂ