ଆଜି ମୁମ୍ବଇ ଇଣ୍ଡିଆନ୍‌ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର

ଚେନ୍ନଇ : ଚଳିତ ଆଇପିଏଲ୍ ର ୧୩ ତମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଚେନ୍ନାଇର ଚେପକ୍ ଠାରେ ହେବାକୁ ଥିବା ମ୍ୟାଚରେ ଦିଲ୍ଲୀ ଦଳ ମୁମ୍ବାଇଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । ସେହିପରି ମୁମ୍ବାଇ କ୍ରମାଗତ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଦୃଢ କରିବାକୁ ଚାହିଁବ। ଉଭୟ ଦଳ ସେମାନଙ୍କର ପୂର୍ବ ମ୍ୟାଚ୍ ଜିତିଛନ୍ତି । ଅଦ୍ୟାବଧି ଉଭୟ ଦଳଙ୍କର ପ୍ରଦର୍ଶନ ସମାନ ରହିଛି।

ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେ​ଳେ ୨ଟି ଲେଖାଏଁ ଜିତି ପାରିଛନ୍ତି। ତେଣୁ ମଙ୍ଗଳବାର ମ୍ୟାଚ୍‌ରେ ଯେଉଁ ଦଳ ଜିତିବ; ସେହି ଦଳ ଆଗୁଆ ହୋଇପାରିବ। ମୁମ୍ବଇ ଇଣ୍ଡିଆନ୍‌ସ ତା’ର ୩ଟିଯାକ ମ୍ୟାଚ୍‌ ଚେନ୍ନଇର ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଖେଳିଛି। ଏହିଠାରେ ହିଁ ମୁମ୍ବଇ ୪ର୍ଥ ମ୍ୟାଚ୍‌ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ତା’ର ପ୍ରଥମ ୩ଟିଯାକ ମ୍ୟାଚ୍‌ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳିଛି। ତେଣୁ ୪ର୍ଥ ମ୍ୟାଚ୍‌ ଏହାକୁ ଚେନ୍ନଇରେ ଖେଳିବାର ଥିବାରୁ ଚେନ୍ନଇର ସ୍ପିନ୍ ଉପଯୋଗୀ ପିଚ୍ ସହ ନିଜକୁ ଖାପ୍‌ ଖୁଆଇବାକୁ ପଡ଼ିବ।

ଗତ ମ୍ୟାଚରେ ଶିଖର ଧୱନଙ୍କ ବ୍ୟାଟିଂ ଆଧାରରେ ଦିଲ୍ଲୀ ଦଳ ମ୍ୟାଚ ଜିତିବାରେ ସଫଳ ହୋଇଥିଲା, ଯଦିଓ ଦଳର ବୋଲିଂ ସେତେଟା ଖାସ ନଥିଲା । ଏହି ମ୍ୟାଚରେ ଦଳର ଗତ ବର୍ଷର ହିରୋ ଏନ୍ରିଚ୍ ନର୍ଟେଜେ ଫେରିପାରନ୍ତି । ନର୍ଟେଜେ କ୍ୱାରାଣ୍ଟାଇନ ପରେ ଦଳ ବବୁଲରେ ଯୋଗ ଦେଇଛନ୍ତି, ତେଣୁ ପୁଣି ଥରେ ଦର୍ଶକ ରବାଡା ଏବଂ ନର୍ଥଜେଙ୍କ ଖତରନାକ ଜୋଡିକୁ ମୈଦାନରେ ଦେଖିବାର ସୁଯୋଗ ପାଇପାରନ୍ତି ।

ସାମ୍ଭାବ୍ଯ ଏକାଦଶ

ଦିଲ୍ଲୀ କ୍ୟାପିଟାଲ୍‌ସ -ଶିଖର ଧୱନ, ପୃଥ୍ୱୀ ଶ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଋଷଭ ପନ୍ତ, ଲଲିତ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରବାଡା, ଏନ୍ରିଚ୍ ନର୍ଥଜେ, ଆଭେଶ ଖାନ, ଅମିତ ମିଶ୍ରା ।

ମୁମ୍ବଇ ଇଣ୍ଡିଆନ୍‌ସ– ରୋହିତ ଶର୍ମା , କ୍ୱିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲନେ, ଜସପ୍ରୀତ ବୁମ୍ରା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ।

Leave A Reply

Your email address will not be published.

ବ୍ରେକିଂ