ଆଜି ଆଇପିଏଲ କ୍ୱାଲିଫାୟର-୨: ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ: ଆଜି ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟାର । ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡା ଟକ୍କର ହେବ । ତେବେ ଆଜିର ମ୍ୟାଚ ଯିଏ ଜିତିବ, ସେ ଫାଇନାଲକୁ ସିଧା ପ୍ରବେଶ କରିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଫାଇନାଲ ମ୍ୟାଚ୍ ଖେଳିବ। ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ପକା  କରିସାରିଛି।

ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ। ଫାଇନାଲକୁ ଯିବାକୁ ପୁରା ଦମ୍‌ ଲଗାଇବେ ଉଭୟ ଦଳ।

ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ: ପୃଥ୍ବୀ ସ’, ଶିଖର ଧାୱନ, ଶ୍ରେୟସ ଆୟର୍, ଋଷଭ ପନ୍ତ୍‌ (ଅଧିନାୟକ ଓ ୱିକେଟରକ୍ଷକ), ସିମ୍ରନ ହେଟମାୟର୍‌, ମାର୍କସ ଷ୍ଟୋଇନିସ୍/ଟମ୍ କରନ୍‌, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ ଅଶ୍ବିନ୍‌, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଅଭେସ୍ ଖାନ୍‌।

କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ୍‌, ଭେଙ୍କଟେଶ ଆୟର୍, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦୀନେଶ କାର୍ତିକ (ୱିକେଟରକ୍ଷକ), ଇଅନ୍ ମୋର୍ଗାନ୍ (ଅଧିନାୟକ), ସକିବ୍ ଅଲ୍ ହାସନ୍, ସୁନିଲ ନାରାୟଣ, ଲୁକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ଶିଭମ ମାଭି।

Leave A Reply

Your email address will not be published.

ବ୍ରେକିଂ