ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ; ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫

ଦୁବାଇ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବୋଲିଂ । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୩୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ ଆଗରେ ବିରାଟ ସ୍କୋର କରିପାରିନଥିଲା । ଫଳରେ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଛି। ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟରେ ଥିବା ଦିଲ୍ଲୀ ସାମ୍ନାରେ ୧୩୫ ରନର ସହଜ ବିଜୟ ଲକ୍ଷ୍ୟ ମିଳିଛି । ସନରାଇଜର୍ସ ପକ୍ଷରୁ ଅବଦୁଲ ସମାଦ ସର୍ବାଧିକ ୨୮ ରନ ଏବଂ ରଶିଦ ଖାନ ୨୨ ରନ କରିଥିଲେ। ଏହି ମ୍ୟାଚ୍ ଜିତିଲେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟର ଶୀର୍ଷକୁ ଯିବ ।

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ନଜିତିଲେ ପ୍ଲେଅଫ ଆଶା ମଉଳି ଯିବ। ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅନରିଚ୍ ନୋର୍ତ୍ତଜେ ଓ ଅକ୍ଷର ପଟେଲ ପ୍ରତ୍ୟେକ ଦୁଇଟି ଓ୍ଵିକେଟ୍ ନେଇଥିଲେ।

Leave A Reply

Your email address will not be published.

ବ୍ରେକିଂ