ଆଇପିଏଲ୍-୨୦୨୧: ଆଜି ବାଙ୍ଗାଲୋର-ଚେନ୍ନାଇ ମୁହାଁମୁହିଁ

ଦୁବାଇ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ହେବ କଡା ଟକ୍କକ । ଏହି ଚରଣରେ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିବେ। ପଏଣ୍ଟ୍‌ ତାଲିକାରେ ଆର୍‌ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍‌କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍‌ସିବି ୮ ମ୍ୟାଚ୍‌ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍‌କେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ଶୋଚନୀୟ ଭାବେ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍‌କେ ସହଜରେ ବିଜେତା ମୁମ୍ବା‌ଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା । ତେଣୁ ଆଜିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

ସମ୍ଭାବ୍ୟ ଆର୍‌ସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, କେଏସ୍‌ ଭରତ (ୱିକେଟ୍‌ରକ୍ଷକ), ଗ୍ଲେନ୍‌ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଟିମ୍‌ ଡେଭିଡ୍‌/ୱାନିନ୍ଦୁ ହସରଙ୍ଗା, କାଇଲ ଜାମିସନ୍‌, ହର୍ଷଲ ପ‌ଟେଲ, ମହମ୍ମଦ ସିରାଜ, ୟୁଝ୍‌ବେନ୍ଦ୍ର ଚହଲ, ନଭ୍‌ଦୀନ ସୈନି।

ସମ୍ଭାବ୍ୟ ସିଏସ୍‌କେ ଏକାଦଶ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟ୍‌ରକ୍ଷକ), ଫାଫ୍‌ ଡୁପ୍ଲେସିସ୍‌, ଋତୁରାଜ ଗାଏକ୍ବାଡ଼, ମୋଇନ୍‌ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଡ୍ବେନ୍‌ ବ୍ରାଭୋ/ସାମ୍‌ କରନ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ୍‌ ହାଜ୍‌ଲେଉଡ୍‌।

Leave A Reply

Your email address will not be published.

ବ୍ରେକିଂ