ପୁଣି ଆଇପିଏଲରେ ପଶିଲା କରୋନା; ହାଇଦ୍ରାବାଦର ଦ୍ରୁତ ବୋଲର ନଟରାଜନ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଆଇପିଏଲରେ ପଶିଲା କରୋନା । ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ ଚିହ୍ନଟ । ତାଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା ଏବଂ ଏହାର ରିପୋର୍ଟ ପଜିଟିଭ୍ ଆସିଛି । ଯାହା ପରେ ନଟରାଜନ ନିଜକୁ ଆଇସୋଲେଟ୍ କରିନେଇଛନ୍ତି। ତେବେ ତାଙ୍କ ଭିତରେ କରୋନାର ସେଭଳି କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

ସେହିପରି ନଟରାଜନଙ୍କ ସହ ଦଳର ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ୬ ଜଣ ସଙ୍ଗରୋଧରେ ରହିଥିବା ଟିମ୍ ସଦସ୍ୟ ହେଉଛନ୍ତି ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା ଭାନନ, ଲଜିଷ୍ଟିକ ମ୍ୟାନେଜର ତୁଷାର ଖେଡେକର, ନେଟ ବୋଲର ପେରିଆସାମି ଗଣେଶନ ।

ତେବେ ଆଇପିଏଲରେ କରୋନା ପଶିଥିଲେ ମଧ୍ୟ ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ ।  ମ୍ୟାଚ୍ ଠିକ ସମୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

Leave A Reply

Your email address will not be published.

ବ୍ରେକିଂ