ମୁମ୍ବାଇକୁ ୭ ୱିକେଟରେ ହରାଇ କୋଲକାତା ନାଇଟ ରାଇଡର୍ସର ଦମଦାର ବିଜୟ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ଦମଦାର ବିଜୟ । ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଦାର ବ୍ୟାଟିଂ ବଳରେ ୭ ୱିକେଟରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଏହି ବିଜୟ ସହ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଉପରକୁ ଉଠି ଷଷ୍ଠରୁ ଚତୁର୍ଥ ସ୍ଥାନକୁ ଉଠିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଦଳ । ଆରମ୍ଭରୁ ଡିକକ ଓ ରୋହିତ ଭଲ ସ୍କୋର କରିଥିଲେ । ଦଳ ପକ୍ଷରୁ ଡିକକ ୫୫, ରୋହିତ ଶର୍ମା ୩୩, ପୋଲାର୍ଡ ୨୧ ରନ କରିବାରେ ସଫଳ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ କରିଥିଲା ।

୧୫୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା ଦଳ ଆରମ୍ଭରୁ ଧୂଆଁଦାର ବ୍ୟାଟିଂ କରିଥିଲା ।  ଶୁଭମନ ଗିଲ ଆଉଟ ହେବା ପରେ ଭେଙ୍କଟେଶଙ୍କ ସହ ମିଶି ରାହୁଲ ତ୍ରିପାଠୀ କୋଲକାତାକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ୧୫ ଓଭରରେ ୩ ୱିକେଟ ହରାଇ କୋଲକାତା ବିଜୟ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ