ଦେବଗଡ଼ରେ ଆଇପିଏଲ ବେଟିଂ ରାକେଟ ଠାବ, ୨ ଗିରଫ

ଦେବଗଡ଼ : ଅନଲାଇନରେ ଆଇପିଏଲ ବେଟିଂ କରିବା ପଡିଲା ମହଙ୍ଗା । ଶେଷରେ ଧରି ପକାଇଲା ପୋଲିସ । ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣି ଗ୍ରାମ (ଜାଡାଗୋଳା )ରେ ଆଇପିଏଲ ବେଟିଂ ଚାଲିଥିବା ବେଳେ  ପୋଲିସ  ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ସେମାନଙ୍କଠାରୁ  ନଗଦ ୯ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସହ ବହୁ ଜିନିଷ, କାଗଜ ପତ୍ର ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ  ଏସ ପି ରାଜ କିଶୋର ପାଇକ ରାୟ ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଦୁଇ ଭାଇ ବାପୁନ ବେହେରା  ଓ ଲିପୁନ ବେହେରାକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ପ୍ରଭାସୁଣି ଗ୍ରାମରେ ବେଆଇନ ଭାବେ ଆଇ. ପି. ଏଲ. ବେଟିଂ ଚାଲିଥିବା ନେଇ ପୋଲିସ  ବିଶେଷ୍ୟ ସୂତ୍ରରୁ ଖବର ପାଇଥିଲା । ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ  ଗଠନ କରାଯାଇ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏଥିସହ  ସେମାନଙ୍କ ନିକଟରୁ ନଗଦ  ୯ଲକ୍ଷ ୩ହଜାର  ଟଙ୍କା ସହ ୧୭ଗ୍ରାମର ତିନୋଟି ସୁନା ବିସ୍କୁଟ,୪ଟି ମୋବାଇଲ ଫୋନ,ଗୋଟିଏ ଲାପଟପ , ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏ ଟି ଏମ କାର୍ଡ ଇତ୍ୟାଦି ଜବତ କରିଛି । ତେବେ  ତଦନ୍ତ ବେଳେ  ଏହା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ ବୋଲି ଜଣା ପଡିବା ସହ ଏହି ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା । ସେମାନଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ବିଭିନ୍ନ ଦଫାରେ ଏକ ମକଦ୍ଦମା ରୁଜୁ କରି ଗିରଫ କରିବା ନେଇ ଏସ ପି ସୂଚନା ଦେଇଛନ୍ତି । ଗିରଫ ଦୁଇ ଭାଇ ଅନଲାଇନରେ ଏକ ୱେବ ସାଇଡ ଖୋଲି ଅତି ଚତୁରତା ସହ ଏହି ଆଇପିଏଲ ବେଟିଂ କରୁଥିଲେ  ।  ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି  ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ