ଆଇପିଏଲ : ହାଇଦ୍ରାବାଦ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ସାରଜା : ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପଞ୍ଜାବ କିଙ୍ଗସ । ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୨୫ ରନ ସଂଗ୍ରହ କରିଛି । ଯାହାଫଳରେ ହାଇଦ୍ରାବାଦ ପାଇଁ ୧୨୬ ରନର ବିଜୟ ଲକ୍ଷ୍ୟ ରହିଛି ।

ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ।  ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଫେଲ ମାରିଥିଲେ । ସେ ମାତ୍ର ୫ରନ କରି ଆଉଟ ହୋଇଥିଲେ । ସେହିଭଳି କ୍ରିସ୍ ଗେଲ ୧୪, ଆଦେନ୍ ମାର୍କରମ୍‌ ୨୭, ନିକୋଲାସ୍‌ ପୁରନ ୮ରନ, ଦୀପକ ହୁଡ୍ଡା ୧୩ ରନ, ନାଥାନ୍‌ ଇଲ୍ଲିସ୍‌ ୧୨ରନ କରି ଆଉଟ ହୋଇଛନ୍ତି । ହରପ୍ରୀତ ବରାର୍‌ ୧୮ ଏବଂ ମହମ୍ମଦ ସାମୀ ୦ ରନ କରି ଅପରାଜିତ ଅଛନ୍ତି ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୩୪ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଜେସନ୍‌ ହୋଲଡର ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ସନ୍ଦୀପ ଶର୍ମା ୪ ଓଭରରେ ୨୦ରନ ଦେଇ ୧ ଓ୍ବିକେଟ, ଖଲୀଲ ଅହମ୍ମଦ ୩ ଓଭରରେ ୨୨ରଦ, ରାସିଦ ଖାନ ୪ ଓଭରରେ ୧୭ରନ ଦେଇ୧ ଓ୍ବିକେଟ୍‌ ଏବଂ ଅବଦୁଏ ସମାଦ ଗୋଟିଏ ଓଭର ବୋଲିଂ କରି ୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ