ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ

ବାଗଦାଦ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀମାନେ ଡବଲ ଆଟାକ କରିଛନ୍ତି। ଏହି ଆତ୍ମଘାତୀ ହମଲାରେ ୩୦ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୭୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଇରାକର ରାଜଧାନୀ ତୟାରନ ଛକରେ ଥିବା ଓପନ ଏୟାର ସେଣ୍ଟ୍ରାଲ ମାର୍କେଟରେ ଆଜି ମଧ୍ୟାହ୍ନରେ ଏପରି ହମଲା ହୋଇଛି। ଏହି ମାର୍କେଟରେ ସେକଣ୍ଡ ହ୍ୟାଣ୍ଡ୍ସ କପଡ଼ା ଅଧିକାଂଶ ସ୍ଥାନରେ ବିକ୍ରି ହୋଇଥାଏ। ମାର୍କେଟରେ ସକାଳୁ ପ୍ରବଳ ଭିଡ଼ ଜମି ଥିବା ବେଳେ ପ୍ରଥମ ଗୋଟିଏ ଆତ୍ମଘାତୀ ହମଲା ହୋଇଥିଲା।

ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ୁ ଥିବା ବେଳେ ହଠାତ୍ ଦ୍ୱିତୀୟ ଥର ଆତ୍ମଘାତୀ ହମଲା ହୋଇଥିଲା।  କିଛି ସମୟ ମଧ୍ୟରେ ମାର୍କେଟ ଲୋକଙ୍କ ଖଣ୍ତବିଖଣ୍ଡିତ ମୃତଦେହ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।  ସେପଟେ ଏହି ବଡ ଅଘଟଣ ଫରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ