ଇରାକରେ ଭୟଙ୍କର ବିସ୍ଫୋରଣ; ୩୫ ମୃତ , ୫୦ରୁ ଅଧିକ ଆହତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇରାକର ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ ସୋମବାର ଦିନ ସଦର ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି । ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଯେତେବେଳେ ଲୋକେ ଶପିଂ କରିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ଏହି ବିସ୍ଫୋରଣ ଘଟିଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା-ଅଲ୍ କଦିମି ମାର୍କେଟ୍ ଫେଡେରାଲ୍ ପୁଲିସ୍ ରେଜିମେଣ୍ଟର କମାଣ୍ଡରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ମାର୍କେଟରେ ଏଭଳି ବିସ୍ଫୋରଣ ଘଟିଛି ।

ଏହାପୂର୍ବରୁ ଜୁନ୍ ମାସରେ ସଦର ସହରର ଏକ ବଜାରରେ କିଓସ୍କ ତଳେ ରଖାଯାଇଥିବା ବୋମା ବିସ୍ଫୋରଣରେ ୧୫ ଜଣ ଆହତ ହୋଇଥିଲେ। ସେହିପରି ଏପ୍ରିଲ ମାସରେ ସଦର ସହରରେ ଏକ କାର୍ ବିସ୍ଫୋରଣରେ ଅତି କମରେ ଚାରିଜଣ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.

ବ୍ରେକିଂ