ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲରେ ବନ୍ଦ ଥିବା ଆଜମ୍ ଖାନ ହସ୍ପିଟାଲରେ ଭର୍ତ୍ତି ହେଲେ

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନ ଗୁରୁତର । ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ରହିଥିବା ଆଜମ୍ ଖାନକୁ ସୋମବାର ସକାଳେ ଏକ ଡାକ୍ତରୀ ଟିମ୍ ଜେଲରେ ପହଞ୍ଚି ଆଜମ୍ ଖାନଙ୍କ ଚିକିତ୍ସା କରୁଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି ।

କିଛିଦିନ ପୂର୍ବରୁ ବି ଆଜମ୍ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଜେଲରୁ ବାହାରକୁ ଆଣି ଏକ ହସ୍ପିଟାଲରେ ପାଖାପାଖି ୯୦ ଦିନ ଚିକିତ୍ସା କରାଯିବା ପରେ ପୁଣି ଜେଲକୁ ନିଆଯାଇଥିଲା ।

ସୂଚନାମୁତାବକ ଆଜମ୍ ଖାନ ୨୦୨୦ ଫେବୃଆରୀ ମାସରୁ ସୀତାପୁର ଜେଲରେ ବନ୍ଦୀ ଅଛନ୍ତି । ବେଆଇନ ଭାବେ ଜମି ଦଖଲ କରିବା, ନକଲି ଦସ୍ତାବିଜ ଦାଖଲ କରିବା ସମେତ ଅନ୍ୟ କିଛି ମାମଲାରେ ତାଙ୍କ ଉପରେ ମାମଲା ଚାଲିଛି । ଆଜମ୍ ଖାନଙ୍କ ବ୍ୟତୀତ ଏହି ମାମଲାରେ ତାଙ୍କ ପୁଅ ଅବ୍ଦୁଲା ଖାନ ବି ଜେଲରେ ଅଛନ୍ତି । ହେଲେ ତାଙ୍କ ପତ୍ନୀ ତାଜୀନ ଜାମିନ ପାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ