ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳି ଜେମ୍ସ ଆଣ୍ଡରସନ୍ ଇତିହାସ ରଚିଲେ

ବର୍ମିଂହାମ୍:  ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳି ଇତିହାସ ରଚିଛନ୍ତି ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ । ୩୮ ବର୍ଷୀୟ ଆଣ୍ଡରସନ ୧୬୨ତମ ଟେଷ୍ଟ ମ୍ୟାଚ୍ ଖେଳି ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର୍ କୁକଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କୁକ୍ ଇଂଲଣ୍ଡ ପକ୍ଷରୁ ୧୬୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଆଣ୍ଡରସନ୍ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଆଣ୍ଡରସନ୍ ଏକମାତ୍ର ପେସ୍ ବୋଲର ଯିଏ ୬୧୬ ଓ୍ବିକେଟ୍ ଅକ୍ତିଆର କରି ଇଂଲଣ୍ଡର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇ ପାରିଛନ୍ତି । ସେହିପରି ବ୍ରଡ୍ ଇଂଲଣ୍ଡ ପକ୍ଷରୁ ୧୪୭ ଟେଷ୍ଟ ଖେଳି ୫୧୮ ୱିକେଟ୍ ନେଇଛନ୍ତି। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାରେ ତୃତୀୟ ସ୍ଥାନରେ ଅଛନ୍ତି ଆଲେକ୍ସ ଷ୍ଟିୱାର୍ଟ, ଯାହାଙ୍କ ନାଁରେ ୧୩୩ ୱିକେଟ୍ ରହିଛି।

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ମ୍ୟାଚର ରେକର୍ଡ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ୍ ରେକର୍ଡ ୨୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପରକୁ ଅଷ୍ଟ୍ରେଲିଆର ରିକି (୧୬୮), ଷ୍ଟିଭ୍ ୱ (୧୬୮), ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ (୧୬୬), ୱେଷ୍ଟଇଣ୍ଡିଜର ଶିବନାରାୟାଣ ଚନ୍ଦରପଲ୍ (୧୬୪) ଓ ରାହୁଲ୍ ଡ୍ରାଭିଡ୍ (୧୬୪) ରହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ