ଭାରତ- ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍ ଠାବ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।  ଉପତ୍ୟକାରେ ପୁଣିଥରେ ଡ୍ରୋନ୍ ଠାବ ହୋଇଛି । ଭାରତ- ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ ଠାବ ହୋଇଛି ।

ସୀମା ସୁରକ୍ଷା ବଳ ଅନୁଯାୟୀ, ଜୁଲାଇ ଗତକାଲି ମଧ୍ୟରାତ୍ରିରେ ଜାମ୍ମୁର ଆର୍ନିଆ ସେକ୍ଟରରେ ଏକ ଡ୍ରୋନ ଠାବ କରିଥିଲେ ବିଏସଏଫ ଯବାନମାନେ । ସୀମାରେ ନିୟୋଜିତ ହୋଇଥିବା ସୈନିକମାନେ ଏହାକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଯବାନଙ୍କ ଗୁଳିମାଡ଼ ଯୋଗୁଁ ଡ୍ରୋନ୍ ପାକିସ୍ତାନ ସୀମାକୁ ଫେରିଯାଇଥିଲା । ଏହାପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି

 

 

 

Leave A Reply

Your email address will not be published.

ବ୍ରେକିଂ