ପୁରୀ ବଡଦାଣ୍ଡରେ ଧାରଣାରେ ବସିଛନ୍ତି ରାଣୀ ପଣ୍ଡା

ପୁରୀ: ପୁରୀ ବଡଦାଣ୍ଡରେ ଯାତ୍ରା ନାୟିକା ରାଣୀ ପଣ୍ଡା । ଓଡିଶୀ ନୃତ୍ୟାଙ୍ଗନା ବେଶରେ ସଜେଇ ହୋଇ ଧାରଣାରେ ବସିଛନ୍ତି ରାଣୀ । ପୂର୍ବରୁ ରାଜକନିକା ଅଞ୍ଚଳର ଜଣେ ଯୁବକ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ରାଣୀ ନିଜେ ଥାନାରେ ଏତଲା ଦେଇଥିଲେ। ହେଲେ ଏହି ମାମଲାରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।

ଯାହାକୁ ବିରୋଧ କରିବା ସହ ରାଣୀ ପଣ୍ଡା ସିଂହଦ୍ବାର ସମ୍ମୁଖରେ ବସିଯାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଫଟୋ ରଖି ପୂଜା କରିବା ସହ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ସେ ପର୍ଯ୍ୟନ୍ତ ରାଣୀ ଧାରଣାରେ ବସିରହିବେ ବୋଲି କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ