ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଲା

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଫଳ। ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ୧୮ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି ।

ଏଥର ଜେଇଇ ମେନ୍‌ ପରୀକ୍ଷା ଦେଇଥିଲେ ୭.୩୨ ଲକ୍ଷ ଛାତ୍ରଛାତ୍ରୀ। jeemain.nta.nic ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ପ୍ରଥମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା । ଗତ ଫେବୃଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା । ୧୨ଟି ଭାଷାରେ କମ୍ପୁଟର ବେସଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । 

Leave A Reply

Your email address will not be published.

ବ୍ରେକିଂ