ଝରାଫୁଲ ଡେଥ୍ ମିଷ୍ଟ୍ରି, ପୋଷ୍ଟମର୍ଟମ, ଭିସେରା ରିପୋର୍ଟ ଖୋଲିବ ମୃତ୍ୟୁର କାରଣ

ଭୁବନେଶ୍ୱର:ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁର ୫ଦିନ ପରେ ବି  ଲାଗି ରହିଛି ସସପେନ୍ସ। ଏବେବି ପୋଲିସ କବଜାକୁ ଆସିନି ରାକେଶ ସହଯୋଗୀ ଶେଖର। ଆସନ୍ତାକାଲି ରାକେଶର ରିମାଣ୍ଡ ଶୁଣାଣୀ କରିବେ କୋର୍ଟ। ରହସ୍ୟମୟ ରାତିର ସତ ଜାଣିବା ପାଇଁ ରାକେଶଙ୍କୁ ନେଇ ପୋଲିସ କରିବ କ୍ରାଇମ ସିନ୍ ରିକ୍ରିଏସନ।

ସେପଟେ ଝରାଫୁଲଙ୍କ ମତ୍ୟୁକୁ ନେଇ ବିଭିନ୍ନ ମହୋଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ମତ୍ୟୁ ଯଦି ଖାଦ୍ୟ ଜନିତ ବିଷକ୍ରିୟାରୁ ହୋଇଛି, ତେବେ ରାକେଶର କାହିଁକି କିଛି ହେଲା ନାହିଁ? କୌଣସି ଆପତ୍ତିଜନକ ମେଡିସିନ ଖାଇବା ପରେ ପାର୍ଶ୍ୱ  ପ୍ରତିକ୍ରିୟାରୁ ମତ୍ୟୁ ହୋଇଛି କି?  ରାକେଶ ଯଦି ହତ୍ୟା କରି ନାହିଁ, ତେବେ କାହିଁକି ଝରାଫୁଲଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଯାଜପୁରରେ ଫିଙ୍ଗିଲେ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବାର ଲାଗିଛି। ତେବେ  ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।….

ସୂଚନାନୁସାରେ ଗତ ୨୬ ତାରିଖରେ ଝରାଫୁଲ ଘରକୁ ଫେରିଥିବା ପରିବାର ଲୋକ ଜାଣିଥିଲେ । ଅପରାହ୍ନ ୪ଟା ସୁଦ୍ଧା ସେ ଘରେ ପହଂଚିଯିବା କଥା । ହେଲେ ସଂଧ୍ୟା ୬ଟା ସୁଦ୍ଧା ସେ ଘରେ ନପହଂଚିବାରୁ ଝରାଫୁଲଙ୍କୁ ବାରମ୍ବାର ଫୋନ କରିଥିଲେ ତାଙ୍କ ଭାଇ ।

ସେ ଫୋନ ନଉଠେଇବାରୁ ହ୍ୱାଟସଆପରେ ମେସେଜ ମଧ୍ୟ କରିଥିଲେ । କହିଥିଲେ ମୁଁ ଠିକ୍ ଅଛି । କିନ୍ତୁ ସେ ବାରମ୍ବାର ବାରମ୍ବାର ଧୁରୁଥିବା ସୋନାଲି ନାମକୁ ପୋଲିସ୍ ଖୋଜୁଥିଲା ବେଳେ ପ୍ରକୃତର ଏହି ସୋନାଲି ନାମ ରେ ହ୍ୱାଟର୍ସଅପ୍‌ରେ ଚାଟିଂ କରୁଥିଲା ଝରାଫୁଲର ବୟଫେଣ୍ଡ ରାକେଶ । ଏହି କଥା ନିଜେ ସ୍ୱିକାର କରିଛନ୍ତି ରାକେଶ ।

ତେବେ ଏହି ଦୁଇଜଣଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁକଥା ଜାଣିଥିଲେ ତାଙ୍କ ବାପା ତେଣୁ ଝରାଫୁଲକୁ ରାକେଶ ସହ ନଦେଖା କରିବାକୁ ତାଗିଦ୍ ମଧ୍ୟ କରିଥିଲେ । ହେଲେ ଝରାଫୁଲ ଏକଥା କୁ ନମାନିବାରୁ ତା’ ମୋବାଇଲରୁ ସିମ୍ କାର୍ଡ଼ କାଢି ଭାଙ୍ଗିଦେଇଥିଲେ ତାଙ୍କ ବାପା । ତେବେ ରାକେଶ ପୋଲିସ୍ କୁ ଆଉ ମଧ୍ୟ କହିଛି ଯେ ଝରାଫୁଲର ମୃତଦେହକୁ ଆଣିବା ବାଟରେ ତାଙ୍କୁ ଅନେକ ଲୋକ ସନ୍ଦେହ କରୁଥିଲେ ଯାହାଫଳ ରେ ସେ ଡ଼ରି ଯାଇଥିଲେ ।

ତାଙ୍କ ମୃତଦେହକୁ ଦୁଇଜଣ ବନ୍ଧୁ ମୟୁରଭଞ୍ଜ ନେଲା ବାଟରେ ଝରାଫୁଲଙ୍କ ପାଦ ତଳେ ଘୋଷାଡ଼ି ହୋଇ ଯାଉଥିଲା ଏହାକୁ ଦେଖି ପଛରେ କାରରେ ଆସୁଥିବା ଲୋକ ତାଙ୍କୁ ଏହାର କାରଣ ପଚାରିଥିଲେ ହେଲେ ରାକେଶ ଝରାଫୁଲଙ୍କ ଦେହଭଲ ନଥିବା ଦର୍ଶାଇ କଥାକୁ ଏଡ଼ାଇ ଦେଇଥିଲେ ।

ଏପରିକି ତାଙ୍କ ପାଦରୁ ଚପଲ ଖସିଯାଇଥିବାରୁ ସନ୍ଦେହ ଆହୁରୀ ହୋଇଥିଲା ତେଣୁ କାର ରେ ଯାଉଥିବା ଲୋକେ ତାଙ୍କ ପଛେ ପଛେ ରାକେଶ ଓ ତାଙ୍କ ବନ୍ଧୁଙ୍କୁ ଫଲୋ କରୁଥିଲେ ତେଣୁ ଏଥିରେ ଦୁଇଜଣ ଡ଼ରିଯାଇ ତାଙ୍କୁ ବାଟରେ ଫୋପାଡ଼ି ଦେଇଥିଲେ । ତେବେ ଏହି ଘଟଣା କେତେଦୂର ସତ ଓ କେତେଦୂର ମିଛ ଏହାର ତଦନ୍ତ ଚଲାଇଛି ପୋଲିସ୍ ।

Leave A Reply

Your email address will not be published.

ବ୍ରେକିଂ