ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆସନ୍ତା କାଲି ଶପଥ ନେବେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ । ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ନେବେ ଶପଥ। ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ ଓ କମଲା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୋନିଆ ସୋତୋମାୟର ।

ଶପଥ ଗ୍ରହଣ ଉତ୍ସବ ପାଇଁ କ୍ୟାପିଟଲ ହିଲ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କ୍ୟାପିଟଲ୍‌ ହିଂସାକୁ ଦୃଷ୍ଟିରେ ରଖି ଓ୍ଵାସିଂଟନ୍‌କୁ ଲକ୍‌ଡାଉନ୍‌ କରାଯାଇଛି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କ୍ୟାପିଟଲ ହିଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଗାଡ଼ିମୋଟର ଚଳାଚଳ ଉପରେ କଟକଣା। କ୍ୟାପିଟଲ୍‌, ହ୍ଵାଇଟ୍‌ ହାଉସ୍‌ ଓ ଅନ୍ୟ ପ୍ରମୁଖ ବିଲ୍‌ଡିଂ ଗୁଡ଼ିକୁ ବ୍ୟାରିକେଡ୍‌ କରାଯାଇଛି।

ବାଦବିବାଦରେ ସରିଥିଲା ନିର୍ବାଚନ। ବାଇଡେଜ ବାଜି ମାରିବା ପରେ ମଧ୍ୟ ସରିନଥିଲା ଝାମେଲା। କ୍ୟାପିଟଲରେ ହିଂସା ହେବା ସହ ଆମେରିକା ସଂସଦ ଉପରେ ହୋଇଥିଲା ଆକ୍ରମଣ। ଏବେ ଶେଷରେ ଶପଥ ନେବାକୁ ଯାଉଛନ୍ତି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌।

ସେପଟେ ଯେ କୌଣସି ଅଘଟଣ ଯୋଜନାକୁ ନିଷ୍ଫଳ କରିବାକୁ ମୁତୟନ ହେବେ ୨୦ ହଜାର ସଶସ୍ତ୍ର ସୁରକ୍ଷାକର୍ମୀ। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉତ୍ସବରେ ଉପସ୍ଥିତ ରହିବେ ନାହିଁ । କେବଳ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ । ଯେତିକି ଅତିଥି ଯୋଗ ଦେବେ, ସମସ୍ତଙ୍କ ମୁହଁରେ ମାସ୍କ ରହିବ ।

Leave A Reply

Your email address will not be published.

ବ୍ରେକିଂ