ଅରିନ୍ଦମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

 ଭୁବନେଶ୍ୱର:  ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ମର୍ମାହତ ସାରା ଗଣମାଧ୍ୟମ ଜଗତ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ନବୀନ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ମଙ୍ଗୁଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ବ୍ୟାରେଜ ଭିତରକୁ ଯାଇଥିଲା ଓଡ୍ରାଫର ୫ଜଣିଆ ଟିମର ପମ୍ପ ବୋଟ । ଏଥିରେ ଯାଇଥିଲେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାସ ଓ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା । ହାତୀକୁ ପଛଆଡୁ ଘଉଡାଇବାକୁ ଚେଷ୍ଟା କରିବାକୁ ଯାଉଥିବା ବେଳେ ବ୍ୟାରେଜର ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ