ଯୌନ ଶୋଷଣ ଅଭିଯୋଗରେ କର୍ଣ୍ଣାଟକରୁ କଙ୍ଗନାଙ୍କ ବଡିଗାର୍ଡ଼ ଗିରଫ

ମୁମ୍ବାଇ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଡିଗାର୍ଡ଼ କୁମାର ହିଗଡେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ହିଗଡେଙ୍କୁ କର୍ଣ୍ଣାଟକ ସ୍ଥିତ ଗାଁରୁ ପୋଲିସ ଗିରଫ କରିଛି । ତାଙ୍କ ଉପରେ ଜଣେ ମହିଳା ବିବାହର ମିଥ୍ୟା ପ୍ରତିଶ୍ରୁତି ଦେବାର ଆରୋପ ଲଗାଇଛନ୍ତି । ଏହାସହ ଯୌନ ଶୋଷଣର ଆରୋପ ମଧ୍ୟ ଲଗାଇଛନ୍ତି ।

ପୀଡ଼ିତା ମହିଳା ଜଣକ ମୁମ୍ବାଇ ପୋଲିସ ଷ୍ଟେସନରେ ହିଗଡେଙ୍କ ବିରୁଦ୍ଧରେ ଏଫଆଇଆର ଲେଖିଥିଲେ ।   ମହିଳା ଜଣକଙ୍କ ବୟସ ୩୦ ବର୍ଷ । ପେଶାରେ ସେ ଜଣେ ବ୍ୟୁଟିସିଆନ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ , ଗତ ବର୍ଷ ଜୁନରେ ହିଗଡେ ମହିଳା ଜଣକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଶାରୀରିକ ସମ୍ପର୍କ ରଖିଥିଲେ ।ଏହାପରେ ସେ ବିବାହ କରି ନଥିଲେ । ତେଣୁ ମହିଳା ଜଣକ ହିଗଡେଙ୍କ ବିରୁଦ୍ଧରେ ଏଫଆଇଆର ଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ