କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ୨ଦିନ ପାଇଁ ବନ୍ଦ

କରଞ୍ଜିଆ: ମୟୁରଭଞ୍ଜର କରଞ୍ଜିଆ ଏନଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ କରଞ୍ଜିଆ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ସହରର ସମସ୍ତ ଦୋକାନ ବଜାର ଆଗାମୀ ୨ ଦିନ ଯାଏଁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି।

ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା କରଞ୍ଜିଆ ଏନ୍‌ଏସି ଅଞ୍ଚଳରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧୨୩ରେ ପହଞ୍ଚିଥିବା ବାଳେ ଗତ ୨ଦିନରେ ୨ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଗତକାଲି ଜିଲ୍ଲାପାଳଙ୍କ ଅପିଲ ପରେ ବ୍ୟବସାୟୀ ସଂଘ ଏପରି ନିଷ୍ପତ୍ତି ନେଇଛି। ଯାହା ଫଳରେ ଆଜି ସକାଳ ୬ଟାରୁ ୨୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ।

ସେହିପରି କରଞ୍ଜିଆ ଏନଏସି ଅନ୍ତର୍ଗତ ସବୁ ମାର୍କେଟ ମଙ୍ଗଳବାର ଓ ବୁଧବାର ଦିନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ