ଆଜିଠୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ: ଆଜିଠୁ କାର୍ତ୍ତିକ ବ୍ରତ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଛନ୍ତି । ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ଯିବାକୁ ବାରଣ କରାଯାଇଛି ।

କାର୍ତ୍ତିକ ମାସରେ ଏଥର ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଓ ଲଜ୍‌ରେ ହବିଷ୍ୟାଳିଙ୍କୁ ନ ରଖିବାକୁ ମଧ୍ୟ ପ୍ରଶାସନ ତାଗିଦ କରିଛି। ତେଣୁ ସବୁ ଲଜ୍ ଓ ଧର୍ମଶାଳା ଖାଲି ରହିଛି । ତେବେ କାର୍ତ୍ତିକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ କଟକଣା ସତ୍ତ୍ବେ ପୁରୀରେ ଭିଡ଼ ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି ।  ସେହିପରି ଆଜିଠାରୁ  ସେବାୟତଙ୍କ ପାଇଁ ଡ୍ରେସକୋଡ ଲାଗୁ ହୋଇଛି। ପାରମ୍ପରିକ ଡ୍ରେସ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବାକୁ  କଡା ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.

ବ୍ରେକିଂ