କାର୍ତ୍ତିକ ପୂର୍ଣ୍ଣମି ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ

ଭଦ୍ରକ: ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ଆୟତ୍ତ ହେଉଛି । ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଥିବା ଦେଖିବାକୁ ମିଳିଛି । ତେବେ ପୁଣିଥରେ ଯେପରି କରୋନା ସଂକ୍ରମଣ ବୃଦ୍ଧି ନପାଏ ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ ନେଇଛନ୍ତି । କାର୍ତ୍ତିକମାସରେ  ମନ୍ଦିରମାନଙ୍କରେ ଅଧିକ ଲୋକଙ୍କ ସମାଗମକୁ ଦେଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ଆଗାମୀ କାର୍ତ୍ତିକ ପୂର୍ଣ୍ଣିମା, ପଞ୍ଚୁକ ଓ ବୋଇତ ବନ୍ଦାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ  ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର, ଶିବଗଙ୍ଗା ଓ ଆରଡୀ ପୀଠରେ ୧୪୪ଧାରା ଜାରି କରାଯାଇଛି ।

ଏହି ସବୁ ସ୍ଥାନରେ ଲୋକଙ୍କ ସମାବେଶକୁ ଦେଖି କଟକଣା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଯଦି କେହି ଭଙ୍ଗ କରନ୍ତି  ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଂକ୍ରମଣକୁ ଦୃଷ୍ଟିରେ ରଖି  ନଭେମ୍ବର ୩୦ ପର୍ଯ୍ୟନ୍ତ  ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିର, ଶିବଗଙ୍ଗା ଓ ଆରଡୀ ପୀଠରେ ୧୪୪ଧାରା ଜାରି କରିଛି ପ୍ରଶାସନ ।

Leave A Reply

Your email address will not be published.

ବ୍ରେକିଂ