ଅସଦାଚରଣ ଅଭିଯୋଗରେ ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଏକତା କପୁରଙ୍କ ଲୋକପ୍ରିୟ ଟେଲିଭିଜନ ସିରିଏଲ୍ ‘କସୌଟି ଜିନ୍ଦଗୀ କି’ ଫେମ୍ ଅଭିନେତା ପ୍ରାଚୀନ୍ ଚୌହାନ୍ ଙ୍କୁ  ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଗିରଫ କରିଛି। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି। ପୀଡିତା ଅଭିନେତାଙ୍କ ବିରୋଧରେ ମାଲାଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

କିଛି ଦିନ ତଳେ ପୀଡିତା ଜଣକ ମୁମ୍ବାଇ ପୁଲିସ ନିକଟରେ ପ୍ରଚୀନ୍‌ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ପାଇବା ପରେ ମୁମ୍ବାଇ ମଲାଡ ପୁଲିସ ପ୍ରାଚୀନଙ୍କୁ ଗିରଫ କରିଛି। ଅଭିନେତାଙ୍କ ବିରୋଧରେ ଧାରା ୩୫୪, ୩୪୨, ୩୨୩, ୫୦୬(୨) ମୁତାବକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

କିଛି ଦିନ ପୂର୍ବେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାଗିନ୍‌-୩ ଫେମ୍ ଅଭିନେତା ପର୍ଲ ବି ପୁରୀ ଗିରଫ ହୋଇଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି।

Leave A Reply

Your email address will not be published.

ବ୍ରେକିଂ