ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଟୋରି ଚାଟ୍

ଆବଶ୍ୟକ ସାମଗ୍ରୀ 

ମଇଦା ରୋଟି, ଧନିଆ ପତ୍ର, ଦହି, ଶୁଖିଲା ଲଙ୍କା, ଅଦା, ପିଆଜ, ଟମାଟୋ, କଂଚା ଲଙ୍କା, ଚିନି, ଲୁଣ, ତେଲ, ଟମାଟୋ ସସ୍‌, ସୁଇଟ୍ କର୍ଣ୍ଣ, ମଟର, ଜିରା, ଧନିଆ, ଗୋଲମରିଚ, ଆଳୁ, ଲେମ୍ବୁ ରସ ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ଏକ ପାତ୍ରରେ ଛୋଟଛୋଟ କଟା ହୋଇଥିବା ପିଆଜ, ଅଦା, ଧନିଆ ପତ୍ର, କଂଚା  ଲଙ୍କା, ଟମାଟୋ, ଚିନି, ଲୁଣ, ଟମାଟୋ ସସ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସିଝା ସୁଇଟ୍ କର୍ଣ୍ଣ, ସିଝା ମଟର ପକାଇ ପୁଣି ଭଲଭାବେ ଗୋଳାଇବେ । ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ଗରମ କରିବେ । ପ୍ୟାନ୍ ଗରମ ହେବାପରେ ସେଥିରେ ଜିରା, ଧନିଆ, ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଲୁଣ ଏବଂ ଗୋଲମରିଚ ପକାଇ ଫ୍ରାଏ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରିବେ । ତାପରେ କଂଚା ଆଳୁକୁ କାଟି  ତେଲରେ ଫ୍ରାଏ କରି ଏକ ପାତ୍ରରେ ରଖିବେ । ଏହାପରେ ଫ୍ରାଏ କରିଥିବା ଶୁଖିଲା ମସଲାକୁ ଗୁଣ୍ଡ କରି, ସେହି ଗୁଣ୍ଡକୁ ଆଳୁ ରଖିଥିବା ପାତ୍ରରେ ପକାଇ ଭଲଭାବେ ମିକ୍ସ କରିବେ ।

ପୂର୍ବରୁ ଚକାଟା ହୋଇ ରଖାଯାଇଥିବା ମଇଦାକୁ ପୁରୀ ଭଳି ବେଲି ଗିନା ପଛପଟେ ଦେଇ ଗରମ ତେଲରେ ଛାଣିବେ ।   ଏହା ଗିନା ଆକାରର ମଇଦା ପାମ୍ପଡ ଭଳି ହୋଇଗଲେ ତାକୁ ବାହାର କରିଦେବେ।  ଏହାପରେ ତା ଭିତରେ ପ୍ରଥମେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ପକାଇବେ । ତାପରେ ସେଥିରେ ଦହି ପକାଇବେ । ଏହାପରେ ସେଥିରେ  ପ୍ରସ୍ତୁତ କରିଥିବା ଆଳୁ ପକାଇବେ । । ଏହାପରେ ତା ଉପରେ କିଛି କଟା କଂଚା ଲଙ୍କା, ଲେମ୍ବୁ ରସ,ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା  କଟୋରି ଚାଟ୍ । ଏବେ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ