କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କରୋନା ପଜିଟିଭ ଚିହ୍ନଟ

କେରଳ: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେ ଏବେ ସମ୍ପୁର୍ଣ୍ଣ ଠିକ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟବସ୍ତା ସ୍ଥିର ଅଛି ବୋଲି ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ ପିନାରାଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୋର କରୋନା ପରୀକ୍ଷା ପଜିଟିଭ୍ ଆସିଛି । କୋଝିକୋଡ ସରକାରୀ ମେଡିକାଲ କଲେଜରେ ମୋର ଚିକିତ୍ସା କରାଯିବ । ମୋ ସହିତ ଯୋଗାଯୋଗରେ ଆସିଥିବା ସମସ୍ତଙ୍କୁ ନିବେଦନ କରୁଛି ଯେ ସେମାନେ ସେଲ୍ଫ୍ ଅବଜରଭେସନରେ ରୁହନ୍ତୁ ଏବଂ ସେମାନଙ୍କର ପରୀକ୍ଷା କରାଇ ଦିଅନ୍ତୁ ।

ମାର୍ଚ୍ଚ ୩ରେ ପିନାରାଇ ବିଜୟନ୍ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ମଧ୍ୟ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ କିଛି ସପ୍ତାହ ହେବ କେରଳରେ କୋଭିଡ ମାମଲାରେ ବୃଦ୍ଧି ଘଟିଛି ।ବୁଧବାର ଦିନ ରାଜ୍ୟରେ୩୫୦୨ନୂତନ କୋଭିଡ-୧୯ ମାମଲା ଏବଂ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ