ସାପ ଦ୍ୱାରା ପତ୍ନୀକୁ ହତ୍ୟା କରିଥିବା ସ୍ୱାମୀଙ୍କୁ ଡବଲ ଆଜୀବନ ଜେଲ ଦଣ୍ଡାଦେଶ

କେରଳ: ଘର ଭିତରେ ସାପ ଦ୍ୱାରା ପତ୍ନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ ଜେଲ । କେରଳର କୋଲମ କୋର୍ଟ ବୁଧବାର ଅଭିଯୁକ୍ତ ସ୍ବାମୀ ପି ସୋରାଜ କୁମାରଙ୍କୁ ଡବଲ ଆଜୀବନ ସହ ଆଉ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୂ ନିର୍ଦ୍ଦେଶ ଦେଇଛନ୍ତି। ସୋରାଜ ତାଙ୍କ ୨୫ ବୟସ୍କା ସ୍ତ୍ରୀ ଉଥ୍ରାଙ୍କୁ ସାପ କାମୁଡ଼ାରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କୋର୍ଟ ଏହାକୁ ବିରଳ ମାମଲା ମଧ୍ୟରୁ ଅନ୍ୟତମ ବୋଲି କହିଛନ୍ତି । ଏଭଳି ଅପରାଧୀ ମାନସିକତା ଥିବା ଲୋକଙ୍କୁ ମୃତ୍ୟୁଦଣ୍ଡାଦେଶ ନ କରାଗଲେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ ବୋଲି ଅତିରିକ୍ତ ଜିଲା ଦୌରା ଜଜ୍‌ ମନୋଜ ଏମ୍‌ କହିଛନ୍ତି।

ଏବେ ସୋରାଜ୍‌ଙ୍କୁ ୩୨ ବର୍ଷ। ତାଙ୍କ ଆଜୀବନ କାରାଦଣ୍ଠ ପୃଥକ ଭାବେ ଦୁଇଟି ପର୍ଯ୍ୟାୟରେ ୧୭ ବର୍ଷଠାରୁ ଲାଗୁ ହେବ। ଫଳରେ ସରୋଜ ସାରା ଜୀବନ ଏବେ ଜେଲରେ କାଟିବେ ।

ସୂଚନାଯୋଗ୍ୟ ସ୍ତ୍ରୀ ଶୋଇଥିବା ସମୟରେ ସୋରାଜ ତାଙ୍କ ଉପରେ ନାଗ ସାପ ଛାଡି ଦେଇଥିଲେ । ଉଥ୍ରା ପ୍ରଥମ ସାପ କାମୁଡ଼ାରୁ ସୁସ୍ଥ ହେବାରେ ସଫଳ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଥର ତାଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

ବ୍ରେକିଂ