ଲକଡାଉନ ସମୟରେ ମଦ ହୋମ ଡେଲିଭରୀକୁ ଖୋର୍ଦ୍ଧା ପ୍ରଶାସନର ଅନୁମତି

ଭୁବନେଶ୍ୱର:   ଲକଡାଉନ ସମୟରେ ମଦ ହୋମ ଡେଲିଭରୀ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ଲାଇସେନ୍ସ ପ୍ରାପ୍ତ ଦୋକାନଗୁଡିକ ଡେଲିଭରି ବଏ ଏବଂ ଫୁଡ ଏଗ୍ରିଗେଟର ମାଧ୍ୟମରେ ମଦ ଡେଲିଭରୀ କରିପାରିବେ।

ଜିଲ୍ଲା ଏକ୍ସାଇଜ୍ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ , ଖୋର୍ଦ୍ଧା ଜିଲ୍ଲାର କଣ୍ଟେଣ୍ଟମେଣ୍ଟ ଜୋନ୍ ରେ ଥିବା ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନ ସୋମବାରରୁ ଶୁକ୍ରବାର ଦିନ  ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ମଦ ହୋମ ଡେଲିଭରୀ ଦେଇପାରିବେ ।କୌଣସି ଦୋକାନକୁ ସେମାନଙ୍କ ପରିସରରେ କାଉଣ୍ଟର ବିକ୍ରୟ କିମ୍ବା ମଦ ପରିବେଷଣ କରିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ଶନିବାର ଏବଂ ରବିବାର ଦିନ ସପ୍ତାହିକ ସଟଡାଉନ ସମୟରେ ହୋମ ଡେଲିଭରି ବନ୍ଦ ରହିବ ।

ଡେଲିଭରି ବଏ ପରିଚୟ ପତ୍ର ନେଇ ଡେଲିଭରି ପାଇଁ ଯିବେ ଯାହା ସେମାନଙ୍କୁ ପାସ୍ ଭଳି କାର୍ଯ୍ୟ କରିବ ସେମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର କରିବା ଭଳି ସମସ୍ତ ନିୟମ ଅନୁସରଣ କରିବାକୁ ପଡିବ । ସେହିପରି କୋଭିଡ ଲକ୍ଷଣ ଥିବା କୌଣସି ବ୍ୟକ୍ତିଙ୍କୁ ଡେଲିଭରି ପାଇଁ ନିୟୋଜିତ କରାଯିବ ନାହିଁ ।

 

Leave A Reply

Your email address will not be published.

ବ୍ରେକିଂ