ଭୁବନେଶ୍ୱର: ପୁଣି ରିମାଣ୍ଡରେ ଯିବ କିଡନୀ ଠକ ହିମାଂଶୁ ନନ୍ଦ। ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ସମୟରେ ହିମାଂଶୁ ନନ୍ଦର କଳା ସାମ୍ରାଜ୍ୟର ଅନେକ ଗୁମର ପୋଲିସ ହାତରେ ଲାଗିଛି ।
ହିମାଂଶୁ କେବଳ ଭୁବନେଶ୍ୱର ନୁହେଁ, ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ କିଡନୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଛି । ଏବେ ସୁଦ୍ଧା ତା ନାଁରେ ରୁଜୁ ହୋଇଛି ୪ଟି ମାମଲା । ଏବେ ରାଜ୍ୟ ବାହାର ଲିଙ୍କର ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । ହିମାଂଶୁର କଲ୍ ଡିଟେଲ୍ ରିପୋର୍ଟ ଯାଞ୍ଚ କରାଯାଉଛି । ତାସହ ଲିଙ୍କରେ ଥିବା ଲୋକଙ୍କୁ ଖୁବଶୀଘ୍ର ପଚରାଉଚରା କରିପାରେ କମିଶନରେଟ ପୋଲିସ।
ଲୋକଙ୍କ ଠାରୁ ଲୁଟିଥିବା ଟଙ୍କାରେ ହିଂମାଶୁ କରିଥିଲା ହୋମ-ଡେକର ସୋରୁମ୍ । ଯାହା ପିିପିଲି ନିକଟରେ ରହିଛି । ଏପରିକି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଠକେଇ ଟଙ୍କାରେ ତିଆରି ହୋଇଥିବା ସୋରୁମର ବିଜ୍ଞାପନ କରୁଥିଲା ।