ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ତେଲେଙ୍ଗାନାର ରାଜ୍ୟପାଳ ଟି ସୌନ୍ଦରାରାଜନ ଏବେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରକ୍ତ ଦାୟିତ୍ୱ ନିର୍ବାହ କରିବେ। ନୂଆ ଉପରାଜ୍ୟପାଳ ନିଯୁକ୍ତି ହେବା ଯାଏ ସେ ଉଭୟ ତେଲେଙ୍ଗାନା ଓ ପୁଡୁଚେରୀ ପାଇଁ ସେ କାର୍ଯ୍ୟ କରିବେ। ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବାକୁ ବିଜ୍ଞପ୍ତିରେ କିରଣ ବେଦୀଙ୍କୁ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଦିଆଯାଇଛି।

ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା । ତାଙ୍କୁ ହଟାଇବା ଲାଗି ଭି. ନାରାୟଣ ସ୍ୱାମୀ ଦାବି କରିଆସୁଥିଲେ ।

କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.

ବ୍ରେକିଂ