ବଲାଙ୍ଗୀର ପୋଲିସ କବଜାରେ କେକେବିଏନ ଡିଭିଜନର କ୍ୟାଡର ମାଓବାଦୀ

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲାକୁ ବୌଦ୍ଧ-କନ୍ଧମାଳ ଅଞ୍ଚଳରୁ ଆସିଥିବା ଜେ କ୍ୟାଡର ମାଓବାଦୀ ଓ ତାରଜଣେ ସହଯୋଗୀକୁ ବଲାଙ୍ଗୀର ପୋଲିସ ଧରିବାରେ ସଫଳ ହୋଇଛି । ତେବେ ଗତ ଦୁଇଦିନ ତଳେ ବୌଦ୍ଧ-ଫୁଲବାଣୀ ଓ ବଲାଙ୍ଗୀର ଜିଲ୍ଲାର ଉାନ୍ତ ଗୁଡଭେଲା ବ୍ଲକ ଅଞ୍ଚଳରେ ତାଙ୍କୁ ପୋଲିସ ଧରିଥିବା ବଲାଙ୍ଗୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ମାଓବାଦୀ ଜଣକ ବୌଦ୍ଧଅଞ୍ଚଳରେ ଚାଲିଥିବା ଅପରେସନରୁ ଖସିବା ପାଇଁ ବଲାଙ୍ଗୀର ଜିଲ୍ଲାକୁ ତାର ଜଣେ ସହ ଯୋଗୀଙ୍କୁ ସାଙ୍ଗରେ  ଧରି ବଲାଙ୍ଗୀର ଜିଲ୍ଲାର ଜଙ୍ଗଲଦେଇ ଖ୍ରାଖୋଲର  ଗନ୍ଧମାର୍ଦ୍ଦନ ଅଞ୍ଚଳକୁ ନେଉଥିଲା । କାରଣ ସେଠୀ ମାଓବାଦୀ ଜଣକୁ କେକେବିଏନ ଡିଭିଜନରୁ ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନକୁ ତାର ବଦଳି ହୋଇଛି ଓ ସେଥିାଇଁ ସେ ବଲାଙ୍ଗୀର ଆସି ସଂଗଠନ କାମ କରିବାର ଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଛି । ମାଓବାଦୀଙ୍କ ଗତିବିଧି ଉପରେ ଅଧିକ ତଥ୍ୟ ଜାଣିବା ଲାଗି ବଲାଙ୍ଗୀର ଓ କନ୍ଧମାଳ ପୋଲିସ ତାକୁ ମିଳିତ ଭାବରେ ପଚରାଉଚୁରା କରୁଥିବା ଜଣାପଡିଛି । ବଲାଙ୍ଗୀର ଏସି ନିତିନକୁସଲକର ଡାଗଡୁଙ୍କୁ ଏନେଇ ଚାରିବାରୁ ସେଏନେଇ ଏବେ କିଛି କହିବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ