ଜାଣନ୍ତୁ ଏକ ରହସ୍ୟମୟ ମନ୍ଦିର ବିଷୟରେ, ଯେଉଁଠି ରାତିରେ ଯିବା ବିପଦପୂର୍ଣ୍ଣ

ଭାରତରେ ଅନେକ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିର ରହିଛି ।  ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ସେହି ସ୍ଥାନରୁ ପଳାନ୍ତି  । ଏହି ମନ୍ଦିରରେ ରାତିରେ ରହିବାକୁ କେହି ଚାହାଁନ୍ତି ନାହିଁ। ଏହା ପଛର କାରଣ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ରହିଛି। ଲୋକମାନେ ବିଶ୍ୱାସ କରନ୍ତି ଯେ ରାତିରେ ଏହି ମନ୍ଦିରରେ ଯିଏ ରୁହେ ସେ ପଥରରେ ପରିଣତ ହୋଇଯାଏ ।

ରାଜସ୍ଥାନର ବଡମେର ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର କିରାଡୁ ମନ୍ଦିର ଭାବରେ ଜଣାଶୁଣା । ଏହି ମନ୍ଦିରକୁ ରାଜସ୍ଥାନର ଖଜୁରାହୋ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ଏହି ମନ୍ଦିର ଏହାର ସ୍ଥାପତ୍ୟ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ । କୁହାଯାଏ ଯେ ଏହି ସ୍ଥାନର ନାମ ଖ୍ରୀଷ୍ଟପୂର୍ବ ୧୧୬୧ ମସିହାରେ ‘କିରାଟ କୁପ’ ଥିଲା।

କିରାଡୁ ହେଉଛି ପାଞ୍ଚଟି ମନ୍ଦିରର ଏକ ଶୃଙ୍ଖଳା, ଯେଉଁଥିରୁ ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର (ସୋମେଶ୍ୱର ମନ୍ଦିର) ସାମାନ୍ୟ ଭଲ ଅବସ୍ଥାରେ ଥିବାବେଳେ ବାକି ମନ୍ଦିରଗୁଡ଼ିକ ଧ୍ୱଂସ ହୋଇଯାଇଛି। ଏହି ମନ୍ଦିରଗୁଡିକ କିଏ ନିର୍ମାଣ କରିଛି ତାହା କେହି ଜାଣନ୍ତି ନାହିଁ, କିନ୍ତୁ ମନ୍ଦିରଗୁଡିକର ଡିଜାଇନ୍କୁ ଦେଖି ଅନୁମାନ କରାଯାଏ ଯେ ସେମାନେ ହୁଏତ ଗୁଜରା-ପ୍ରତୀହାର ରାଜବଂଶ, ସଙ୍ଗମ ରାଜବଂଶ କିମ୍ବା ଦକ୍ଷିଣର ଗୁପ୍ତ ରାଜବଂଶ ସମୟରେ ନିର୍ମିତ ହୋଇଥାଇପାରେ।

କିରାଡୁ ମନ୍ଦିର ବିଷୟରେ ବିଶ୍ୱାସ କରାଯାଏ ଯେ ବହୁ ବର୍ଷ ପୂର୍ବେ ଜଣେ ସିଦ୍ଧ ଭିକ୍ଷୁ ତାଙ୍କର କିଛି ଶିଷ୍ୟଙ୍କ ସହିତ ଆସିଥିଲେ। ଦିନେ ସେ ନିଜ ଶିଷ୍ୟମାନଙ୍କୁ ଛାଡି ଅନ୍ୟତ୍ର ଭ୍ରମଣ କରିବାକୁ ଗଲେ । ଏହି ସମୟରେ ଜଣେ ଶିଷ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା। ଏହା ପରେ ବାକି ଶିଷ୍ୟମାନେ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡିଥିଲେ, କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିନଥିଲେ। ପରେ, ଯେତେବେଳେ ସିଦ୍ଧ ସାଧୁ ସେଠାକୁ ଆସିଲେ, ସେ ସମସ୍ତ ବିଷୟ ଜାଣିବାକୁ ପାଇଲେ । ଏହା ଉପରେ ସେ କ୍ରୋଧିତ ହୋଇ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ ଯେ ସୂର୍ଯ୍ୟାସ୍ତ ପରେ ସମସ୍ତ ଲୋକ ପଥରରେ ପାଲଟିଯିବେ।

ଏଥି ସହିତ, ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ଯେ ଜଣେ ମହିଳା ଭିକ୍ଷୁଙ୍କ ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିଲେ, ତେଣୁ ସନ୍ଥ ମହିଳାଙ୍କୁ ସନ୍ଧ୍ୟା ପୂର୍ବରୁ ଗାଁ ଛାଡି ତାଲିଯୁିବାକୁ ଏବଂ ପଛକୁ ନ ଚାହିଁବାକୁ କହିଥିଲେ, କିନ୍ତୁ ମହିଳା ଜଣକ ଶୁଣିନଥିଲେ ଏବଂ ପଛକୁ ଚାହିଁଥିଲେ। ଏହା ପରେ ସେ ପଥର ହୋଇଗଲେ। ମନ୍ଦିରଠାରୁ ଅଳ୍ପ ଦୂରରେ ମହିଳାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ